କନକ ବ୍ୟୁରୋ :ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ସୁଗମ ନହେବାରୁ ଭିମସାରରେ ଗୁରୁତ୍ବପୂର୍ଣ୍ଣ ଅସ୍ତ୍ରୋପଚାରକୁ ବାତିଲ୍ କରାଯାଇଥିବା ଜଣାପଡ଼ିଛି। ଗତ ଜୁଲାଇ ୪ ତାରିଖରେ ଭିମସାର ଗସ୍ତ ସମୟରେ ମେଡିକାଲକୁ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇ ଦିଆଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାଶ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ବର୍ତ୍ତମାନ ସୁଦ୍ଧା ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇନାହିଁ। ଗତକାଲି ପ୍ରାୟ ୧୧ଟା ବେଳେ ହଠାତ୍ ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗକୁ ବିଦ୍ୟୁତ୍ ସରବରାହ ବନ୍ଦ ହୋଇଯିବା ପରେ ଜେନେରେଟର ଲାଇନ୍ ଲଗାଯାଇଥିଲା।
/kanak/media/post_attachments/wp-content/uploads/2017/08/VIMSAR-Burla-Medicos-call-off-strike.jpg)