ଡାକ୍ତର-ଡାଇରେକ୍ଟର ବିବାଦରେ ପଡିଲା ପୂର୍ଣ୍ଣଛେଦ : ଭିମସାରର ଉନ୍ନତି ନେଇ ସଚିବାଳୟରେ ଆଜି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ

15

କନକ ବ୍ୟୁରୋ : ଡାକ୍ତର-ଡାଇରେକ୍ଟର ବିବାଦରେ ପଡିଲା ପୂର୍ଣ୍ଣଛେଦ । ସଚିବାଳୟରେ ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସମସ୍ତ ପକ୍ଷଙ୍କୁ ନେଇ ଦୀର୍ଘ ସମୟଧରି ଆଲୋଚନା ହୋଇଛି । ଏପରକି ନିର୍ଦ୍ଦେଶକ ଓ ଜୁନିଅର ଡାକ୍ତର ସଂଘ ସହ ଅଲଗା ଅଲଗା ଆଲୋଚନା କରାଯାଇଛି । ତେବେ ଆଲୋଚନାରେ ଭିମସାରର ଉନ୍ନତି ନେଇ ଚର୍ଚ୍ଚା କରାଯାଇଛି ।

ରୋଗୀଙ୍କୁ ଭଲ ଚିକିତ୍ସା ଯୋଗାଇ ଦେବାରେ ଭିମସାର କିଭଳି ଏକ ଆଦର୍ଶ ଚିକିତ୍ସାଳୟ ହେବ ସେନେଇ ସହମତି ହୋଇଛି । ବୈଠକ ପରେ ଭିମାସର ନିର୍ଦ୍ଦେଶକ କହିଛନ୍ତି ସକାରାତ୍ମକ ଆଲୋଚନା ହୋଇଛି । ଡାକ୍ତରମାନେ ମୋ ପିଲା ଭଳି ଏବଂ ଭବିଷ୍ୟତରେ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନହୁଏ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ସେ କହିଛନ୍ତି । ସେପଟେ ଜୁନିଅର ଡାକ୍ତର ସଂଘ କହିଛି ଡାକ୍ତରୀ ଛାତ୍ରଙ୍କ ଯାହା ବାଦି ଥିଲା ସବୁ ପୂରଣ କରିବାକୁ ପ୍ରତିଶ୍ରୁତି ମିଳିଛି ।