ସ୍ୱେଚ୍ଛାକୃତ ଅବସର ପାଇଁ ଭୀମସାର ନିର୍ଦ୍ଦେଶକଙ୍କ ଆବେଦନ । ଗୋଟିଏ ବର୍ଷ ଚାକିରୀ ବାକି ଥିବା ବେଳେ କାହିଁକି ମାଗିଲେ ଭିଆରଏସ ବଢିଲା ସନ୍ଦେହ

227

କନକ ବ୍ୟୁରୋ : ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଛନ୍ତି ଭୀମସାର ନିର୍ଦ୍ଦେଶକ ଡାକ୍ତର ପ୍ରଫେସର ଲଳିତ ମେହର । ଏନେଇ ରାଜ୍ୟପାଳଙ୍କୁ ଚିଠି ଲେଖିବା ବେଳେ ରାଜଭବନ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବଙ୍କୁ ଏନେଇ ପତ୍ର ଲେଖାଯାଇଛି । ସ୍ୱାସ୍ଥ୍ୟଗତ ଏବଂ ମାନସିକ ଚାପ କାରଣରୁ ସେ ଏପରି ହଠାତ୍ ଅବସର ଗ୍ରହଣ କରୁଥିବା ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ।

ତାଙ୍କ ଶରୀରରେ ବର୍ତମାନ ଡାଇବେଟିସ, ହାଇପରଟେନସନ, ହାର୍ଟ ସମସ୍ୟା ପରି ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହିଥିବାରୁ ସେ ଏପରି ଅବସର ମାଗିଲେ ଭୀମସାର ନିର୍ଦ୍ଦେଶକ ଅବସର ପାଇଁ ଆବେଦନ କରିଥିବା ଉଲ୍ଲେଖ କରିଛନ୍ତି । ପ୍ରଫେସର ଲଳିତ ମେହେର ୧୦ ଜୁନ୍ ୨୦୨୦ ମସିହାରେ ଭୀମସାର ନିର୍ଦ୍ଦେଶକ ଭାବରେ କାର୍ଯ୍ୟରେ ଯୋଗ ଦେଇଥିଲେ । ଆସନ୍ତାବର୍ଷ ଫେବ୍ରୁଆରୀ ୨୮ ତାରିଖରେ ତାଙ୍କର କାର୍ଯ୍ୟକାଳ ଶେଷ ହୋଇଥାନ୍ତା । ହେଲେ ଏପରି ହଠାତ୍ ଅବସର ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି । ତାଙ୍କ ପୂର୍ବରୁ ପୂର୍ବ ନିର୍ଦ୍ଦେଶକ ଡାକ୍ତର ଅଶ୍ୱିନୀ ପୂଜାରୀ ମଧ୍ୟ ନିଜ କାର୍ଯ୍ୟକାଳ ଶେଷ କରିନପାରି ଚାକିରୀରୁ ଇସ୍ତଫା ଦେଇଥିଲେ ।