କନକ ବ୍ୟୁରୋ: ମଝି ନଈରେ ଦୁଇଟି ନାଆରେ ଗୋଡ଼ ଦେଲେ ଯେଉଁ ଅବସ୍ଥା ହୁଏ, ଗୋଟିଏ ଗାଁର ଏବେ ସେଇ ଅବସ୍ଥା।୨ଟି ଜିଲ୍ଲା ଅଧିନରେ ବସବାସ କରୁଥିବାରୁ ସ୍ଥିତି ଅତି ଦୟନୀୟ। ଗୋଟିଏ ଜିଲ୍ଲା କାମ କଲେ, ଆଉ ଗୋଟିଏ ଜିଲ୍ଲା ମନା କରୁଛି। ଦୋ-ଛକିରେ ପଡିଛନ୍ତି ଗ୍ରାମବାସୀ।
ଘଞ୍ଚ ଜଙ୍ଗଲ, ପାହାଡ଼ି ରାସ୍ତା, ଠାଏ ଠାଏ କୁଡ଼ିଆ । ବିକାଶ ଏଠି ଚିତପଟାଙ୍ଗ ମାରିଛି। ଫୁଙ୍ଗୁଳା ଦେହରେ ଏଣେତେଣେ ବୁଲୁଛନ୍ତି କୁନିକୁନି ପିଲା। ଅଙ୍ଗନବାଡ଼ି ପରେ ପାଠପଢ଼ା ବନ୍ଦ। ତେଣୁ ଶୈଶବରୁ ହିଁ ସରିଯାଏ ଶିକ୍ଷା। ଏ ହେଉଛି ମୟୂରଭଞ୍ଜ କପ୍ତିପଦା ବ୍ଲକ ଅଧିନ ଚେମଚଟା ପାହାଡରେ ବସବାସ କରୁଥିବା ୨୮ ପରିବାରଙ୍କ କଥା।
- ପାହାଡ଼ ଉପରେ ପରିବାର
- ଘର ମୟୂରଭଞ୍ଜରେ, ଠିକଣା ବାଲେଶ୍ୱରରେ
ମୟୂରଭଞ୍ଜ କପ୍ତିପଦା ବ୍ଲକରେ ରହୁଛନ୍ତି, କିନ୍ତୁ ଚେମଚଟା ପାହାଡ଼ଟି ବାଲେଶ୍ୱର ନୀଳଗିରି ବନବିଭାଗ ଅଧିନରେ ରହିଛି ।୨ଟି ଜିଲ୍ଲା ଅଧିନରେ ରହୁଥିବାରୁ ନା ସରକାରୀ ସୁବିଧା ମିଳୁଛି ନା ବନବିଭାଗ ପକ୍ଷରୁ ଜଙ୍ଗଲ ଜମି ପଟ୍ଟା। ବିଜୁଳି ନାହିଁ କି ବିଦ୍ୟାଳୟ ନାହିଁ। ଅଙ୍ଗନବାଡିରେ ସୀମିତ ଶିକ୍ଷା । ବିସ୍ତୀର୍ଣ୍ଣ ଜମି ଫାଙ୍କା ପଡିଥିଲେ ସୁଦ୍ଧା, ନୀଳଗିରି ବନବିଭାଗ ନାଲି ଆଖି ଭୟରେ ଚାଷ ଛାଡି ଦେଇଛନ୍ତି। ତେଣୁ ଓଳିଏ ଖାଇ ଅନ୍ଧାର ଆସିବା ଆଗରୁ ଶୋଇବାକୁ ବାଧ୍ୟ ହୁଅନ୍ତି ଏମାନେ।
ସ୍ୱାସ୍ଥ୍ୟ ସେବା ପାଇଁ ଭଗବାନ ସାହା। କିଛି ଲୋକଙ୍କୁ ଭତ୍ତା ଓ ଚାଉଳ ମିଳୁଛି। ତାହା କପ୍ତିପଦା ବ୍ଲକ ଅଧିନରୁ ପାଇଥାନ୍ତି। ଏଭଳି ସ୍ଥିତିରେ ଗ୍ରାମବାସୀଙ୍କ ଭାଗ୍ୟ କିଏ ନିର୍ଦ୍ଧାରଣ କରିବ ତାହା ସବୁଠାରୁ ବଡ ପ୍ରଶ୍ନ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/08/Capture-29.jpg)