କନକ ବ୍ୟୁରୋ : ଲଗାଣ ବର୍ଷା ଯୋଗୁଁ ଗତ କିଛିଦିନ ହେବ ଆସାମରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ବନ୍ୟାଯୋଗୁଁ ଲୋକେ ଜଳବନ୍ଦୀ ଜୀବନ ବିତାଉଛନ୍ତି । ୧ ଲକ୍ଷ ୨୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ୧୦୮ଟି ଗାଁର ୪୫ ହଜାର ଲୋକ ଜଳବନ୍ଦୀ ଜୀବନ ବିତାଉଛନ୍ତି । ରାସ୍ତା ଘାଟ, ଘର ଦ୍ୱାର ସବୁଆଡ଼େ ଖାଲି ପାଣି ଆଉ ପାଣି ଜମି ରହିଛି ।

Advertisment

ଲଖିମପୁର ଜିଲ୍ଲାରେ ଲୋକେ ବେଶୀ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛନ୍ତି । ସେଠାରେ ପାଖାପାଖି ୨୨ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ସେହିପରି ଦିବ୍ରୁଗଡ଼ ଜିଲ୍ଲାରେ ମଧ୍ୟ ୩ହଜାର ୯୦୦ ଲୋକ, କୋକ୍ରାଝର ଜିଲ୍ଲାର ୨ହଜାର ୭୦୦ ଲୋକ ପ୍ରଭାବିତ ହୋଇଛନ୍ତି । ସୌଭାଗ୍ୟବଶତଃ କୌଣସି ମୃତାହତ ନେଇ ସୂଚନା ମିଳିନାହିଁ । ହେଲେ ଲୋକଙ୍କ ଘରଦ୍ୱାର ଓ ଚାଷବାସ ଅଧିକ ନଷ୍ଟ ହୋଇଛି । ଆଗକୁ ଆହୁରି କିଛି ଦିନ ପ୍ରବଳ ବର୍ଷା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଏବଂ କିଛି ଜିଲ୍ଲା ପାଇଁ ରେର୍ଡ଼ ଆଲର୍ଟ ଜାରି କରାଯାଇଛି ।