ପିପିଲିରେ ରାଜନୈତିକ ହିଂସା ! କଂଗ୍ରେସ ସରପଂଚଙ୍କୁ ବିଜେଡି କର୍ମୀଙ୍କ ଆକ୍ରମଣ ଅଭିଯୋଗ

Advertisment
ପିପିଲିରେ ରାଜନୈତିକ ହିଂସା ! କଂଗ୍ରେସ ସରପଂଚଙ୍କୁ ବିଜେଡି କର୍ମୀଙ୍କ ଆକ୍ରମଣ ଅଭିଯୋଗ

କନକ ବ୍ୟୁରୋ: ପିପିଲି ଲକ୍ଷ୍ମୀନାରାୟଣପୁର ସରପଂଚଙ୍କୁ ମାଡ ପ୍ରତିବାଦ । ସରପଂଚକୁ ମାଡ ମରାଯାଇଥିବାକୁ ପ୍ରତିବାଦ କରି ପୁରୀ ଭୁବନେଶ୍ୱର ରାସ୍ତାରୋକ କରିଛନ୍ତି ଲକ୍ଷ୍ମୀନାରାୟଣପୁର ପଂଚାୟତବାସୀ । ଗୁଡିଆପୋଖରୀ ଛକରେ ଏନ୍ଏଚ୍-୩୧୬କୁ ଅବରୋଧ କରିଛନ୍ତି ଗାଁଲୋକେ ।

ଗତକାଲି ଲକ୍ଷ୍ମୀନାରାୟଣପୁର ସରପଂଚଙ୍କୁ ବିଜେଡି କର୍ମୀ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ଆଜି ପୁରୀ-ଭୁବନେଶ୍ୱର ରାସ୍ତାରୋକ କରିଛନ୍ତି ଗାଁଲୋକେ । ଖାଉଟୀ ସାମଗ୍ରୀ ନେଇ ସରପଂଚ ମୁହଁ ଖୋଲିବାରୁ ତାଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ -

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe