ରାଜକନିକାରେ ଆଣ୍ଠୁଏ ଉଚ୍ଚର ପାଣି । ନଦୀ ପାଖ ଲୋକଙ୍କୁ ଘାରିଛି କୁମ୍ଭୀର ଭୟ

68

କନକ ବ୍ୟୁରୋ : ମହାନଦୀ ଓ ତାର ଶାଖାନଦୀ ଚିତ୍ରୋତ୍ପଳା, ଲୁଣା, କରାଣ୍ଡିଆ, ପାଇକା କେନ୍ଦ୍ରାପଡା ଦେଇ ପ୍ରବାହିତ ହୋଇଥିବାରୁ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ବିଶେଷ କରି ଗରଦପୁର, ମାର୍ଶାଘାଇ, ଡେରାବିଶ୍, ମହାକାଳପଡା ଓ କେନ୍ଦ୍ରାପଡା ବ୍ଲକର କିଛି ଅଂଚଳ ଲୋକଙ୍କ ଭିତରେ ଭୟ ବୃଦ୍ଧି ପାଇଛି । ନଦୀ କୂଳିଆ କିଛି ଅଂଚଳରେ ପାଣି ମଧ୍ୟ ପଶି ଯାଇଥିବା ସୂଚନା ମିଳିଛି । ବର୍ଷା ପାଣି ନିଷ୍କାସନ ହେବା ପରେ ତଳିଆ ଅଂଚଳରେ ଏହାର ପ୍ରଭାବ ପଡିଛି ।

ରାଜକନିକା ବ୍ଲକର ବର୍ଷା ପାଣି ମାଡିଯିବାରୁ କିଛି ଗାଁ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି । ଲଗାଣ ବର୍ଷା ସାଙ୍ଗକୁ ବୈତରଣି ନଦୀରେ ବର୍ଷା ପାଣି ଆସିବାରୁ ନଦୀ କୁଳିଆ ଗାଁରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମି ରହିଛି । ରାତି ହେଲେ ଲୋକମାନେ ଭୟରେ ଜୀବନ ବିତାଉଥିବା କଥା କହିଛନ୍ତି ଗାଁ ଲୋକେ । ବର୍ଷା ପାଣିରେ ସାପ ଏବଂ କୁମ୍ଭୀର ଭୟ ରହୁଥିବା ଯୋଗୁ ଯାତାୟାତ ପାଇଁ ପ୍ରଶାସନ ତରଫରୁ ଡଙ୍ଗାର ବେବସ୍ତା କରାଯାଇଛି ।