କନକ ବ୍ୟୁରୋ: ଖୋର୍ଧା ସାରୁଅ ଜମି କେଳେଙ୍କାରୀ ପ୍ରସଙ୍ଗରେ ରାଜଭବନ ଆଗରେ ଗାଁ ଲୋକେ ଧାରଣା ଦେଇ ନ୍ୟାୟ ଦାବିରେ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦେଇଛନ୍ତି । ଦାବିପତ୍ରରେ ଗାଁ ଲୋକେ ଓଡିଶା ଇନଫ୍ରାଟେକ ପ୍ରାଇଭେଟ ଲିମିଟେଡରେ ଚାକିରୀ ସହ ଲକଡାଉନ ସମୟର ବକେୟା ଦରମା ଦେବାକୁ ଦାବି କରିଛନ୍ତି । ଏଥିରେ ସେମାନେ କହିଛନ୍ତି, କମ୍ପାନୀ ସ୍ଥାୟୀ ନିଯୁକ୍ତି ପାଇଁ ପ୍ରତିଶ୍ରୃତି ଦେଇଥିଲେ ମଧ୍ୟ ଏହାକୁ ପାଳନ କରଯାଇନାହିଁ ।
ଏପରିକି ଲକଡାଉନ ସମୟରେ କମ୍ପାନୀ କର୍ତୃପକ୍ଷ ଦରମା ବି ଦେଇନାହାନ୍ତି । ପୂର୍ବରୁ ୧୨ ଦିନ ଧରି ସାରୁଅ ଷ୍ଟୁଡିଓ ସମ୍ମୁଖରେ ଗାଁ ଲୋକେ ଧାରଣାରେ ବସିଥିଲେ । ଖୋର୍ଦ୍ଧା ସାରୁଅ ଜମି ହେରଫେର ଘଟଣାରେ ଓଡିଶା ଇନଫ୍ରାଟେକର ଜଣଙ୍କ ପରେ ଜଣେ ଅଧିକାରୀ ଗିରଫ ହୋଇସାରିଛନ୍ତି । ଆଇନର ଉଲ୍ଲଙ୍ଘନ କରି ସାରୁଅରେ ଓଡିଶା ଇନଫ୍ରାଟେକ ପ୍ରାଇଭେଟ ଲିମିଟେଡ ଅନୁସଚିତ ଜାତି ଓ ଜନଜାତିଙ୍କ ଜମି ହଡପ କରିଥିବା ଅଭିଯୋଗ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/26-8.jpg)