କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କଂଟାପଡାରେ ସାମାଜିକ ବାସନ୍ଦ ହେଲେ ପରିବାର: ଦୁଗ୍ଧଚାଷୀ ଓ ପରିବାଚାଷୀଙ୍କ ସାମଗ୍ରୀ କିଣୁନାହାନ୍ତି ଲୋକେ

ବାସନ୍ଦରେ ବିତୁଛି ଜୀବନ

427

କନକ ବ୍ୟୁରୋ: କରୋନା ପାଇଁ ପରିବାରକୁ ସାମାଜିକ ବାସନ୍ଦ । ପରିବାରର ଜଣେ ପଜିଟିଭ ଚିହ୍ନଟ ପରେ ପରିବାର ଲୋକଙ୍କୁ ଏକ ପ୍ରକାର ବାସନ୍ଦ କରିଦେଇଛନ୍ତି । ଗାଁକୁ ୨ ଦିନ ସଟଡାଉନ ପରେ ଚାଷୀଙ୍କ ଠାରୁ ପରିବା କିମ୍ବା ଦୁଗ୍ଧ ନେଉ ନାହାନ୍ତି ବ୍ୟବସାୟୀ । ବାରଙ୍ଗ ବ୍ଲକ ନଗରୀ ପଂଚାୟତର ଅରିଲୋ ଗ୍ରାମରେ ଦେଖିବାକୁ ମିଳିଛି ଏପରି ଘଟଣା । ଗାଁର ଜଣେ ଯୁବକ ଗତ ୧୩ ତାରିଖରେ ପଜିଟିଭ ଚିହ୍ନଟ ପରେ କୋଭିଡ ହସ୍ପିଟାଲକୁ ପଠାଯାଇଛି । ଏପଟେ ପରିବାରର ସମସ୍ତେ ହୋମ କ୍ୱାରେନଟିନରେ ଥିବା ବେଳେ ଗାଁ ଲୋକେ ତାଙ୍କୁ ସାମାଜିକ ବାସନ୍ଦ ଭଳି ବ୍ୟବହାର କରୁଛନ୍ତି ।

ଅନ୍ୟପଟେ ଗାଁରେ ପଜିଟିଭ ଚିହ୍ନଟ ହୋଇଥିବାରୁ ଅରିଲୋ ଗାଁକୁ ଦୁଇ ଦିନ ସଟଡାଉନ କରାଯାଇଥିଲା । କରୋନା ସଂକ୍ରମଣ ରୋକିବାକୁ କରାଯାଇଥିବା ସଟଡାଉନ ଗାଁର ପନିପରିବା ଚାଷୀ ଓ ଦୁଗ୍ଧ ଚାଷୀଙ୍କ ଦୁଃଖ ବଢାଇ ଦେଇଛି । ପନିପରିବା ଚାଷୀଙ୍କ ଠାରୁ ବେପାରୀମାନେ ପରିବା ନେଉ ନାହାନ୍ତି, ଫଳରେ କିଆରିରେ ପରିବା ନଷ୍ଟ ହେଉଛି । ସେହିପରି ଦୁଗ୍ଧ ଚାଷୀଙ୍କ ଠାରୁ ମଧ୍ୟ ବ୍ୟବସାୟୀ ଦୁଗ୍ଧ ନେଉନଥିବା ଅଭିଯୋଗ ହୋଇଛି । ସ୍ଥିତି ଏବେ ଅପରି ହୋଇଛି ଯେ ପଜିଟିଭ ଚିହ୍ନଟ ପରିବାରକୁ ଗାଁରେ ଏକ ଘରକିଆ ହୋଇପଡିଛନ୍ତି । ଅନ୍ୟପଟେ ଗ୍ରାମବାସୀକୁ ଅଂଚଳ ଲୋକେ ସାମାଜିକ ବାସନ୍ଦ ଭଳି ବ୍ୟବହାର ଦେଖାଉଥିବା ଅଭିଯୋଗ ହୋଇଛି ।