କନକ ବ୍ୟୁରୋ: ନିଦ ହଜାଇଲେ ଚୋର । ରାତି ଅନିଦ୍ରା ହୋଇ ଗାଁ ଜଗୁଛନ୍ତି ଗ୍ରାମବାସୀ । ଏଭଳି ଖବର ଆସିଛି କଟକ ନିଆଳି ଥାନା ମାଧବ ପଞ୍ଚାୟତର ତାମ୍ପଦା ଗାଁରୁ । ଗାଁରେ ଏବେ ଆତଙ୍କ ଖେଳାଇଛନ୍ତି ଚୋର । ଘରେ ପଶି କଳାକନା ବୁଲାଉଛନ୍ତି ଚୋର । ମୋବାଇଲ, ଲାପଟପ, ବାଇକ, ସାଇକେଲ, ସୁନା ଜିନିଷ ଆଦି ଯାହା ହାତରେ ପଡ଼ିଲା ଲୁଟି ନେଉଛନ୍ତି । ଏମିତିକି ଧାନବସ୍ତା ମଧ୍ୟ ଛାଡ଼ୁ ନାହାନ୍ତି । ଏନେଇ ଗ୍ରାମବାସୀ ପୋଲିସକୁ ଲିଖିତ ଅଭିଯୋଗ କରିଥିଲେ ବି କିଛି ସୁଫଳ ମିଳିନାହିଁ । ସେଥିପାଇଁ ଗାଁ କମିଟିର ନିଷ୍ପତ୍ତି ପରେ ପାଳି ପାଳିକରି ଗାଁ ଜଗୁଛନ୍ତି ଗ୍ରାମବାସୀ । କିଏ ହାତରେ ଠେଙ୍ଗାବାଡି ଧରି ତ ଆଉ କିଏ ନିଜ ଘର ବାରଣ୍ଡାରେ ବସି ରାତ୍ରି ଅନିଦ୍ରା ହେଉଛି । ଆଉ କିଏ ପିଲାଛୁଆଙ୍କୁ ଘରେ ରଖି ବାହରପଟୁ କବାଟ ଦେଇ ନିଜ ଧନସମ୍ପତିକୁ ସରୁକ୍ଷା ଦେବା ପାଇଁ ଅଟୋରେ ଜଗି ବସିଛି । ତେବେ ଗାଁରେ ଏଭଳି ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି ।
ଆତଙ୍କ ସୃଷ୍ଟି କଲା ଚୋର । ସାରା ରାତି ଉଜାଗର ରହିଲେ ଗ୍ରାମବାସୀ ।
/kanak/media/post_attachments/wp-content/uploads/2022/10/11-8.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)