ରିଲିଫ ପାଇଁ ରାସ୍ତା ବନ୍ଦ: ରିଲିଫ ମିଳିବାରେ ବିଳମ୍ବ ନେଇ ସାତଶଙ୍ଖରେ ପୁରୀ-ଭୁବନେଶ୍ୱର ରାସ୍ତା ଅବରୋଧ କଲେ ଲୋକେ

ସେପଟେ ବିଜୁଳି, ପାଣି ପାଇଁ ଘଂଟା ଘଂଟା ଧରି ଲିଙ୍ଗରାଜ-ଜଟଣୀ ରାସ୍ତା ଅବରୋଧ, ପ୍ରଶାସନକୁ ଖୋଲା ଚେତାବନୀ, ପାଣି ବିଜୁଳି ନଦେବା ଯାଏଁ ଅଚଳ ରହିବ ଗାଡି ଚଳାଚଳ

161

କନକ ବ୍ୟୁରୋ: ରିଲିଫ୍ ପାଇଁ ରାସ୍ତାବନ୍ଦ । ବାତ୍ୟା ଫୋନିରେ କ୍ଷତିଗ୍ରସ୍ତ ହୋଇଥିବା ପ୍ରଭାବିତ ମାନେ ରିଲିଫ୍ ପାଇଁ ଭୁବନେଶ୍ୱର- ପୁରୀ ରାସ୍ତା ବନ୍ଦ କରିଛନ୍ତି ।  ରିଲିଫ୍ କାର୍ଯ୍ୟରେ ବିଳମ୍ବ ଓ ସମସ୍ତଙ୍କୁ ଠିକ୍ ଭାବେ ରିଲିଫ ନମିଳୁଥିବା ଅଭିଯୋଗ କରି ସ୍ଥାନୀୟ ଲୋକମାନେ ପ୍ରତିବାଦ କରିଛନ୍ତି । ପିପିଲି ସାତଶଙ୍ଖ ବଜାର ନିକଟରେ ପାଖାପାଖି ୪ ଘଂଟା ହେବ ରାସ୍ତା ଅବରୋଧ କରିଛନ୍ତି । ଫଳରେ ଶତାଧିକ ବସ, ଟ୍ରକ ଅଟକି ରହିଛି ।

ଏପଟେ, ରାଜଧାନୀରେ ବିଜୁଳି ପାଇଁ ବିକ୍ଷୋଭ, ପାଣି ପାଇଁ ପ୍ରତିବାଦ ।  ଆଜି ପୁଣି ଗଛ ପକାଇ ଟାୟାର ଜାଳି ରାସ୍ତାରୋକ କରିଛନ୍ତି ଲିଙ୍ଗରାଜ ମନ୍ଦିର ନିକଟ ହାଟସାହିର ବାସିନ୍ଦା । ବିଜୁଳି ଦାବିରେ ଘଂଟା ଘଂଟା ଧରି ଲିଙ୍ଗରାଜ-ଜଟଣୀ ରାସ୍ତା ଅବରୋଧ କରିଛନ୍ତି ଉତ୍ୟେକ୍ତ ଲୋକ । ବାତ୍ୟା ଫୋନି ଯିବାର ୮ ଦିନ ପରେ ବିଜୁଳି ସଂଯୋଗ ହୋଇପାରୁନଥିବାରୁ ତାତିଛନ୍ତି ଜନତା ।କେବଳ  ତାତି ନାହାଁନ୍ତି ପାଣି ବିଜୁଳି ନଦେବା ଯାଏଁ  ଗାଡି ଚଳାଚଳ  ଅଚଳ ରହିବ ବୋଲି ପ୍ରଶାସନକୁ ଖୋଲା ଚେତାବନୀ ଦେଇଛନ୍ତି ଲୋକେ ।