ମଣିଷ ଦେଖାଇଲା ମହାନତା: ବିଦ୍ୟୁତ୍ ବାହୁରେ ଆସି ଛଟପଟ ହୋଇ ମରିଗଲା ମାଙ୍କଡ଼ ମା’ । ଛୁଆ ମାଙ୍କଡ଼କୁ ଦେଖି ବୁଝିଲାନି ମନ, ମଣିଷ ଶବ ପରି ଶେଷକୃତ୍ୟ ସମ୍ପନ୍ନ କଲେ ଗାଁ ଲୋକେ ।

713

କନକ ବ୍ୟୁରୋ: ଡାକୁଛି ଛୁଆ, ଉଠୁନି ମାଆ… ଚୁଁ ଚୁଁ ଶବ୍ଦ କରି ଯେତେ ଚିକ୍ରାର କଲେ ବି ମାଟିରୁ ଉଠୁନି କି ପିଲାର କାନ୍ଦ ଶୁଣି ତାକୁ କୋଳେଇ ନେଉନି ମାଆ । ଜୀବନ ଥିଲେ ତ ମାଆ ଜାଣି ପାରନ୍ତା ତା ଛୁଆର ବ୍ୟସ୍ତତା, ଶୁଣି ପାରନ୍ତା ତା ସୁନା ଧନର ଡାକ । ହେଲେ ମାଆ ତ ମରିଯାଇଛି, ସବୁଦିନ ପାଇଁ ଶୋଇଯାଇଛି… କିନ୍ତୁ ଜୀବନର ଏହି ଜଟିଳ ସୁତ୍ର ବୁଝି ପାରୁନି କଅଁଳ କଢି । ମାଆ ତ ଜୀବନର ପାଠ ପଢେଇଥିଲା ହେଲେ ମୃତ୍ୟୁ କଣ ବୁଝେଇ ନଥିଲା ତେଣୁ ତ ମାଆକୁ ଝୁରୁଛି ଏ କୁନି ମାଙ୍କଡ । ଆଉ ମାଆର ଶବକୁ କୁଣ୍ଢେଇ, ତା ମୁହଁରେ ଗେଲ କରି ଉଠ ଉଠ ବୋଲି କହୁଛି…

ତେବେ ମାଆ ଛେଉଣ୍ଡ ଶିଶୁ ମାଙ୍କଡର ଅସହାୟତା ଦେଖି ସହିପାରିନଥିଲା ମଣିଷ । ମାଙ୍କଡ ଛୁଆକୁ କୋଳେଇ ନେଇ ମୃତ ମାଆର ଶେଷ ସଂସ୍କାର କରିଥିଲା । ଦେହରେ ହଳଦୀ ମାରି, ମଥାରେ ଅବିର ଲଗାଇ, ବେକରେ ଫୁଲମାଳ ପିନ୍ଧାଇ ମୃତ ମାଙ୍କଡ ମାଆକୁ ଧୂପ ଦେଇ ପୂଜା କରିଥିଲେ ଲୋକେ । ମଣିଷ ଭଳି ମାଙ୍କଡର ଶବ ସକ୍ରାର ପାଇଁ ସବୁ ପ୍ରକ୍ରିୟା ସମ୍ପନ୍ନ କରିଥିଲେ । ଆଉ ଶେଷ ବିଦାୟ ଦେଇଥିଲେ ।

ତେବେ ସିମୁଳିଆ ଥାନା ରେପିଆ ଗାଁରେ ବିଦ୍ୟୁତ ତାର ସଂଶ୍ପର୍ଶରେ ଆସିଥିଲା ମାଙ୍କଡ । ଏ ଗଛରୁ ସେ ଗଛ ଡେଇଁଲା ବେଳେ ଇଲେକଟ୍ରି ତାର ଲାଗି ତଳକୁ ଖସିପଡିଥିଲା ଆଉ ସେଇଠି ହିଁ ମାଙ୍କଡ ମାଆର ପ୍ରାଣବାୟୁ ଉଡିଯାଇଥିଲା । ତେବେ ମୃତ୍ୟୁ ମାଆକୁ ତା କୁନି ଛୁଆଁ ଖୋଜି ଦେଉଥିବା ଦେଖି ଓଦା ହୋଇଥିଲା ମଣିଷର ଛାତି । ପଶୁ ହେଲା ତ କଣ ହେଲା ମଣିଷ ପରି ମାଙ୍କଡକୁ ଶେଷ ବିଦାୟ ଦେଇ ଶେଷ ସମ୍ମାନ ଜଣାଇଥିଲେ ଗାଁ ଲୋକେ । ଆଉ ମାଙ୍କଡ ପ୍ରତି ମଣିଷଙ୍କର ଏହି ନିରୁତା ଆବେଗ ଭରା ଚିତ୍ର ହିଁ ମନେପକାଇ ଦେଉଥିଲା ଦିନେ ମଣିଷ ଏମିତି ଥିଲା…

https://www.facebook.com/KanakNews/videos/379415700158549/