କନକ ବ୍ୟୁରୋ : ପାଣି ସମସ୍ୟା ନେଇ ବିରୋଧ । ଗାଁରେ ପାଣି ସମସ୍ୟା ଲାଗିରହିଥିବା ବେଳେ ସମାଧାନ ହୋଇପାରିଲାନି । ଶେଷର ତାତିଲେ ଗାଁର ଲୋକମାନେ । ବିଧାୟକ ପାର୍ଥୀ ପ୍ରଚାରକୁ ଆସିବା ବେଳେ ଗାଁର ଲୋକ ମାନେ ବିରୋଧ କରିଛନ୍ତି । ଖାଲି ମାଠିଆ ଓ ହାଣ୍ଡି ଗାଁ ଦାଣ୍ଡରେ ରଖି ପ୍ରଚାର କୁ ଆସିିଥିବା ବିଜେଡ଼ି ବିଧାୟିକା ସଂଘମିତ୍ରା ସ୍ୱାଇଁଙ୍କୁ ବିରୋଧ କରିଛନ୍ତି । ଏହି ଚିତ୍ର ସୋରଡ଼ା ବ୍ଳକ ଚାକୁଣ୍ଡା ଗାଁରେ ଦେଖିବାକୁ ମିଳିଛି । ନିର୍ବାଚନ ମଣ୍ଡଳୀରେ ଚଳିତ ଥର ବିଜେଡ଼ି ନୂଆଁ ମୂହଁକୁ ଟିକଟ ଦେଇଛି । ବିଧାୟକ ଥିବା ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁଙ୍କ ଟିକେଟ କାଟି ତାଙ୍କ ଜାଗାରେ ତାଙ୍କ ସ୍ତ୍ରୀ ସଂଘମିତ୍ରା ସ୍ୱାଇଁଙ୍କ ୁ ଟିକଟ ଦେଇଛି । ହେଲେ ଗାଁ ଗାଁ ବୁଲି ଯେତେବେଳେ ସଂଘମିତ୍ରା ଭୋଟ ପାଇଁ କ୍ୟାମ୍ପନିଂ କରୁଛନ୍ତି ସେତେବେଳେ ବିରୋଧର ସମୁଖିନ ହେବାକୁ ପଡ଼ୁଛି । ଗାଁରେ ପାନୀୟ ଜଳ ସମସ୍ୟା ଠାରୁ ଆରମ୍ଭ କରି ୮୦ ବର୍ଷର ଲୋକଙ୍କୁ ଭତା ଓ ଘରଟିଏ ମଧ୍ୟ ଗରିବ ଲୋକଙ୍କୁ ମିଳୁନ । ତାସହିତ ରହିଛି ବିଭିନ୍ନ ପ୍ରକାର ସମସ୍ୟା । ଅସୁବିଧାକୁ ନେଇ ଗ୍ରାମବାସୀ ମାନେ ନେତାଙ୍କୁ ବିରୋଧ କରି ଗାଁର ରାଜ ରାସ୍ତାରେ ହାଣ୍ଡି ମାଠିଆ ଓ ବାଲଟି ରଖି ରାସ୍ତା ଅବରୋଧ କରିଛନ୍ତି । ରାଲିକୁ ଗାଁ ମୁଁହରେ ଅଟକାଇ କିଛି କର୍ମୀ ଆସି ମାଠିଆ ଓ ବାଲଟି ରାସ୍ତାରୁ ହଟାଇବା ପରେ ଯାଇ ରାଲି ଗାଁକୁ ପସିପାରିଥିଲା ।

Advertisment