ମାଲକାନଗିରି ଏସପି ରିଷିକେଶ ଖିଲାରିଙ୍କ ବଦଳିକୁ ବିରୋଧ । ବଦଳି ବାତିଲ ଦାବିରେ ଏକାଠି ହେଲେ ସ୍ୱାଭିମାନ ଅଂଚଳ ଯୋଡାଆମ୍ବର ଲୋକ 

93

କନକ ବ୍ୟୁରୋ : ମାଲକାନଗିରି ଏସପିଙ୍କ ବଦଳିକୁ ବିରୋଧ । ଏସପି ରିଷିକେଶ ଖିଲାରୀଙ୍କ ବଦଳି ବାତିଲ ଦାବି କରିଛନ୍ତି ସ୍ୱାଭିମାନ ଅଂଚଳ ଯୋଡାମ୍ବ ଗାଁ ଲୋକେ । ୫ଟି ପଂଚାୟତର ଶତାଧିକ ଲୋକ ଏକାଠି ହୋଇ ପ୍ରଶାସନିକ ନିଷ୍ପତିର ବିରୋଧ କରିଛନ୍ତି ।

ପୋଲିସକୁ ବିରୋଧ କରି ଅନେକ ସମୟରେ ପ୍ରତିବାଦ ହେଉଥିବା ବେଳେ ଜିଲ୍ଲାରେ ପ୍ରଥମ ପାଇଁ ପୋଲିସ ସମର୍ଥନରେ ହୋଇଛି ଏହି ବିରୋଧ । ଲୋକଙ୍କ କହିବା ହେଲା ଏସପିଙ୍କ ନେତୃତ୍ୱରେ ଏହି ଅଂଚଳରେ ନକ୍ସଲଙ୍କ ପ୍ରଭାବ କମିଛି । ବିଚ୍ଛିନ୍ନାଂଚଳକୁ ସ୍ୱାଭିମାନ ଅଂଚଳ କରିବାରେ ଏସପିଙ୍କ ପ୍ରମୁଖ ଭୂମିକା ରହିଛି । ସ୍ୱାଭିମାନ ଅଂଚଳକୁ ମାଓମୁକ୍ତ କରିବାରେ ତାଙ୍କର ଅବଦାନ ରହିଛି । ତେଣୁ ସେ ଜିଲ୍ଲାରୁ ଚାଲିଗଲେ ପୁଣି ଏଠାରେ ମାଓବାଦୀଙ୍କ ପ୍ରଭାବ ବଢିଯିବ, ଏଭଳି ଆଶଙ୍କା କରି ଏସପିଙ୍କ ବଦଳିକୁ ବିରୋଧ କରାଯାଇଛି । ଏସପି ରିଷିକେଶ ଖିଲାରୀଙ୍କ ମୟୁରଭଞ୍ଜକୁ ବଦଳି ହୋଇଥିବା ଜାଣିବା ପରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସ୍ୱାଭିମାନ ଅଂଚଳବାସୀ ।