ମହାମାରୀର ମୃତ୍ୟୁ ଜାଲରେ ଫସି ଯାଉଛି ମଣିଷ : ଶେଷ ଠିକଣାରେ ଶବକୁ ବି ମିଳୁନି ଜାଗା; ନବରଙ୍ଗପୁରରୁ ଆସିଛି କରୋନା କାଳର କରୁଣ କାହାଣୀ

Advertisment
ମହାମାରୀର ମୃତ୍ୟୁ ଜାଲରେ ଫସି ଯାଉଛି ମଣିଷ : ଶେଷ ଠିକଣାରେ ଶବକୁ ବି ମିଳୁନି ଜାଗା; ନବରଙ୍ଗପୁରରୁ ଆସିଛି କରୋନା କାଳର କରୁଣ କାହାଣୀ

କନକ ବ୍ୟୁରୋ : ମହାମାରୀର ମୃତ୍ୟୁ ଜାଲରେ ଫସି ଯାଉଛି ମଣିଷ । ଜୀବନ ଶେଷ ଠିକଣାରେ ଶବକୁ ବି ମିଳୁନି ଜାଗା । କରୋନାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ଶବକୁ ମଶାଣିରେ ସ୍ଥାନ ଦେଲେ ନାହିଁ ଲୋକେ । ଏଭଳି ଏକ ସମ୍ବେଦନଶୀଳ ଖବର ଆସିଛି ନବରଙ୍ଗପୁରରୁ ।

ସୂଚନା ଅନୁଯାୟୀ, ନବରଙ୍ଗପୁର ସହରର ଜଣେ ବ୍ୟକ୍ତିଙ୍କ ବିଶାଖାପାଟଣାରେ ମୃତ୍ୟୁ ହୋଇଥିଲା। ଏହାପରେ ପରିବାର ଲୋକ ଶେଷକୃତ୍ୟ ପାଇଁ ନବରଙ୍ଗପୁର ନେଇ ଆସିଥିଲେ ଶବ। ଶବ କିନ୍ତୁ ଏକ ପଲିଥିନ୍‌ରେ ଗୁଡ଼ା ହୋଇଥିଲା। ସକାଳ ପ୍ରାୟ ୭ଟାରେ ନବରଙ୍ଗପୁର ସହର ମଝିରେ ଥିବା ଇଛାବତିଗୁଡ଼ା ଶ୍ମଶାନରେ ସଂପର୍କୀୟମାନେ ପହଞ୍ଚିବା ପରେ ସ୍ଥାନୀୟ ଲୋକ ବିରୋଧ କରିଥିଲେ ଏବଂ ମଶାଣିରେ ସତ୍କାର କରିବାକୁ ଦେଇନଥିଲେ। ଫଳରେ, ପ୍ରାୟ ୬ଘଣ୍ଟା ଶେଷକୃତ୍ୟ ହୋଇପାରି ନଥିଲା। ଶବ ସହ ଶ୍ମଶାନରେ ଅପେକ୍ଷା କରି ରହିଥିଲେ ସଂପର୍କୀୟ ।

ଖବର ପାଇ ସ୍ଥାନୀୟ ପ୍ରଶାସନ ଓ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ତଥାପି ଲୋକେ କାହା କଥା ଶୁଣି ନଥିଲେ। ଶେଷରେ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ତହସିଲଦାର ରବିନ୍ଦ୍ର କୁମାର ରାଉତ, ତହସିଲ କର୍ମଚାରୀ ଓ ରାଜସ୍ବ ବିଭାଗ କର୍ମଚାରୀ ସହରର ଅନ୍ୟତ୍ର ଏକ ସ୍ଥାନ ଶେଷକୃତ୍ୟ ପାଇଁ ଚିହ୍ନଟ କରିଥିଲେ। ସହର ଉପକଣ୍ଠ ଆରଟିଓ କାର୍ଯ୍ୟାଳୟ ଠାରୁ ଦୂରରେ ଅପରାହ୍ନ ପ୍ରାୟ ଗୋଟାଏ ବେଳେ ଶେଷକୃତ୍ୟ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe