କନକ ବ୍ୟୁରୋ : ଦୋରା ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ଦାବିରେ ବିକ୍ଷୋଭ । ଅଭିଭକ୍ତ କୋରାପୁଟ ଜିଲ୍ଲା ଦୋରା ମହାସଂଘ ପକ୍ଷରୁ ପଟାଙ୍ଗୀ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟକାଳ ଧାରଣା ଦିଆଯାଇଛି । ବାରମ୍ବାର ଦାବି କରିଆସିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ । ଫଳରେ ଏକ ବିଶାଳ ଶୋଭାଯାତ୍ରାରେ ଆସି ପଟାଙ୍ଗୀ ତହସିଲ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ଦୋରା ମହାସଂଘର ଶହ ଶହ ପୁରୁଷ ଓ ମହିଳା । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଏମାନେ ଚେତାବନୀ ଦେଇଛନ୍ତି ।

Advertisment