ସରକାରଙ୍କ ବଡ଼ ନିଷ୍ପତି: ଗାଁ ଲୋକେ କରିପାରିବେନି ବ୍ୟାରିକେଡ୍, କେବଳ କଣ୍ଟେନମେଣ୍ଟ ଅଞ୍ଚଳରେ ହେବ ବ୍ୟାରିକେଡ୍, ବେଆଇନ ବ୍ୟାରିକେଡ୍ ହଟାଇବାକୁ ଜିଲ୍ଲାପାଳଙ୍କୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ।

1,996

କନକ ବ୍ୟୁରୋ: କରୋନା ମୁକାବିଲା ବେଳେ ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶ । ଗାଁ ଲୋକେ କରିପାରିବେନି ବ୍ୟାରିକେଡ୍ । ଗ୍ରାମବାସୀଙ୍କ ଦ୍ୱାରା କରାଯାଉଥିବେ ବ୍ୟାରିକେଡ୍ ବେଆଇନ୍ । କେବଳ ପ୍ରଶାସନ ବ୍ୟତିତ କେହି ବ୍ୟାରିକେଡ୍ କରିପାରିବେନି ବୋଲି ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀଙ୍କ ନିର୍ଦ୍ଦେଶ । ଏପରିକି ନିର୍ମାଣ ହୋଇଥିବା ବେଆଇନ୍ ବ୍ୟାରିକେଡକୁ ତୁରନ୍ତ ହଟାଇବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

ସବୁଠାରୁ ବଡ଼ କଥା ହେଲା, ଗାଁ ଓ ପଞ୍ଚାୟତରେ ଲୋକେମାନେ ବିଭିନ୍ନ ସ୍ଥାନରେ ବେଆଇନ୍ ବ୍ୟାରିକେଡ୍ କରିଦେଉଛନ୍ତି । ଯାହା ଫଳରେ ମାଲ ପରିବହନ ଏବଂ ଓ ଶ୍ରମିକଙ୍କ ଯିବାଆସିବାରେ ବାଧା ସୃଷ୍ଟି କରୁଛି । ମୁଖ୍ୟତ ଶ୍ରମିକମାନେ ଯିବାଆସିବାରେ ମଧ୍ୟ ସମସ୍ୟା ଦେଖାଯାଉଛି ତେଣୁ ତୁରନ୍ତ ଏହି ବ୍ୟାରିକେଡକୁ ହଟାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

ସେହିପରି ସଂକ୍ରମିତ ଅଞ୍ଚଳ ବା କଣ୍ଟେନମେଣ୍ଟ ଜୋନ୍ ଛଡ଼ା ଅନ୍ୟ ଅଞ୍ଚଳରେ ବ୍ୟାରିକେଡ୍ କରିବା ଉପରେ କଟକଣା ଲଗାଇଛନ୍ତି ସରକାର । ଯେଉଁ ଅଞ୍ଚଳରେ କରୋନା ଆକ୍ରାନ୍ତ ଚିହ୍ନଟ ବା ପଜିଟିଭ୍ ସଂଖ୍ୟା ଅଧିକ ବୃଦ୍ଧି ହୁଏ ତେବେ ଉକ୍ତ ଅଞ୍ଚଳରେ ଜିଲ୍ଲା ପ୍ରଶାସନ ସ୍ଥିତିକୁ ଦେଖି କଟକଣା ଲଗାଇପାରିବେ ବୋଲି ମଧ୍ୟ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।