ବାରମ୍ବାର ଅଭିଯୋଗ ପରେ ବି ଶୁଣିଲା ନାହିଁ ପ୍ରଶାସନ: ଚାନ୍ଦା ଆଦାୟ କରି ରାସ୍ତା ମରାମତି କଲେ ଗ୍ରାମବାସୀ

62

କନକ ବ୍ୟୁରୋ: ପକ୍କା ରାସ୍ତା ଟିଏ ପାଇଁ ପ୍ରାଶାସନ ପାଖରେ ଗୁହାରୀ କରି ଥକିଗଲେ ଅଚଂଳବାସୀ । ହେଲେ କେହି ବି ଶୁଣିଲେନି । ଶେଷରେ ଭିକ୍ଷା କରି ନିଜ ଶ୍ରମଦାନରେ ରାସ୍ତା ମରାମତି କଲେ ଦୁଇଖଣ୍ଡ ଗାଁର ଲୋକେ ।

ଯେତେବେଳେ ବର୍ଷ ବର୍ଷ ଧରି ଖାଲଖମା ଭରା ରାସ୍ତାରେ ଯିବାଆସିବା କରିବାକୁ ପଡେ । ବର୍ଷା ଦିନେ ଗମନାଗମନା ଠପ୍ ହୋଇଯାଏ । ଏବଂ ଗାଁ ରାସ୍ତାର ଦୁରାବସ୍ଥା ସ୍ଥାନୀୟ ପ୍ରଶାସନ ଆଖିକୁ ଦେଖାଯାଏ ନାହିଁ, ଲୋକଙ୍କ ଗୁହାରି ପ୍ରଶାସନିକ ବାବୁ ଶୁଣନ୍ତି ନାହିଁ, ସେତେବେଳେ ଗ୍ରାମବାସୀ ଏକାଠି ହୁଅନ୍ତି । ଚାନ୍ଦା ଆଦାୟ କରି ରାସ୍ତା ମରାମତି କରନ୍ତି । ଆଉ ମା’କୁ ସମ୍ମାନ ଗାଁକୁ ରାସ୍ତା କଥା କହି ବାଃ ବାଃ ନେଉଥିବା ପ୍ରଶାସନର କାର୍ଯ୍ୟ ଦକ୍ଷତାକୁ ପ୍ରଶ୍ନ କରୁଛି ।

ବଲାଙ୍ଗୀର ଜିଲ୍ଲାର ପାଟଣାଗଡ ଏବଂ ବେଲପଡା ବ୍ଲକକୁ ସଂଯୋଗ କରୁଛି ଏହି ରାସ୍ତା । ହାତରେ କୋଡି କୋଦାଳ ଘରି ରାସ୍ତା ସମତୁଲ କରୁଛନ୍ତି ଲୋକେ । ଏହି ରାସ୍ତା ଦେଇ ଲୋକେ, ବେଲପଡା, କଂଟାବାଞ୍ଜି, ପଦ୍ମପୁର, ଖପ୍ରାଖାଲ ଆଦି ସହରକୁ ଯିବା ଆସିବା କରନ୍ତି । ତେବେ ରାସ୍ତା ଦୁରାବସ୍ତା ସଂପର୍କରେ ଗଣମାଧ୍ୟମରୁ ଜାଣିବାକୁ ପାଇଥିବା କହିଛନ୍ତି ପାଟଣାଗଡ ବିବିଓ ନିଳ ମାଧବ ସୁନା ।

ସରକାର ଗ୍ରମାଚଂଳକୁ ପକା ରାସ୍ତା ପାଇଁ କୋଟି କୋଟି ଟଙ୍କା ଖର୍ଚ କରୁଥିବା କହୁଥିବା ବେଳେ ପାଟଣାଗଡର ଏହି ଦୃଶ୍ୟ ସରକାରୀ ଯୋଜାନ ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି ।