କନକ ବ୍ୟୁରୋ: ବିଦ୍ୟାଳୟରେ ଗାଁର ଲୋକଙ୍କ ଦବଙ୍ଗଗିରି । ସ୍କୁଲ ଘରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପକାଇଲେ ତାଲା । କଣାସ ବାଦଲପୁର ବିଦ୍ୟାଳୟରେ ଶିକ୍ଷକ ଅଭିଭାବକ ସମନ୍ୱୟ ସଭାରେ ଘଟିଛି ଏହି ଘଟଣା । ସଭାରେ ଶିକ୍ଷକମାନେ ସାମିଲ ନହେବାରୁ ପ୍ରଧାନ ଶିକ୍ଷକ କିଛି ଗାଁର ଲୋକଙ୍କୁ ଲଗାଇ ମାରପିଟ କରିଥିବା ଅଭିଯୋଗ ହୋଇଛି । ସମସ୍ତ ଶିକ୍ଷକଙ୍କୁ ସ୍କୁଲ ଘର ତାଲା ପକାଇ ମାଡମାରିଛନ୍ତି । ଏପରିକି ବହୁ ସମୟ ପର୍ଯ୍ୟନ୍ତ ବାହାରେ ଛିଡା କରାଇଦେଇଥିଲେ । ସଠିକ ସମୟରେ ଗାଁର ସରପଞ୍ଚ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଛନ୍ତି ।

Advertisment

ତେବେ ଅଭିଭାବକ ମିଟିଂ ନେଇ ସ୍କୁଲର କୌଣସି କର୍ମଚାରୀଙ୍କୁ ଜଣାଯାଇନଥିଲା । ତେଣୁ ସେମାନେ ଆୟୋଜିତ ମିଟିଂରେ ଯୋଗ ଦେଇନଥିବା କହିଛନ୍ତି ଶିକ୍ଷକମାନେ । ଶିକ୍ଷକଙ୍କୁ ମାରପିଟ କରାଇଥିବା ପ୍ରଧାନ ଶିକ୍ଷକଙ୍କ ନାଁରେ ପୂର୍ବରୁ ବହୁ ଅଭିଯୋଗ ରହିଥିଲା । ଏପରିକି ତାଙ୍କୁ ପୂର୍ବରୁ ଥରେ କାର୍ଯ୍ୟରୁ ନିଲମ୍ବିତ ମଧ୍ୟ କରାଯାଇଛି । ସେପଟେ ଆକ୍ରମଣ ଘଟଣା ନେଇ କଣାସ ଥାନରେ ଲିଖିତ ଅଭିଯୋଗ କରିଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀମାନେ ।