ପାଣି ମୁନ୍ଦାଏ ପାଇଁ ସମସ୍ୟାରେ ଗ୍ରାମବାସୀ । ୨୦ ପରିବାରର ଭରସା ଚୂଆ ପାଣି ।

Advertisment
ପାଣି ମୁନ୍ଦାଏ ପାଇଁ ସମସ୍ୟାରେ ଗ୍ରାମବାସୀ । ୨୦ ପରିବାରର ଭରସା ଚୂଆ ପାଣି ।

କନକବ୍ୟୁରୋ : ଖରା ବଢୁଥିବା ବେଳେ ଗରମ ଗୁଳୁଗୁଳି ସହ ପାଣି ସମସ୍ୟା ଦେଖିବାକୁ ମିଳିଛି । କିଛି ସ୍ଥାନରେ ଜଳ ସମସ୍ୟା ଉକ୍ରଟ ରୂପ ଧରିଲାଣି । ଅନ୍ୟ ସ୍ଥାନ ଭଳି ଆଠଗଡ କଣ୍ଡରେଇ ବାଉଁଶ ତଇଲାରେ ପିଇବା ପାଣି ସମସ୍ୟା ଦେଖିବାକୁ ମିଳିଛି । ବାଉଁଶ ତଇଲାରେ ପାଣି ମୁନ୍ଦାଏ ପାଇଁ ଲୋକେ ଡହଳ ବିକଳ ହେଉଛନ୍ତି ।

ପ୍ରାୟ ୨୦ରୁ ଅଧିକ ପରିବାରର ଲୋକେ କିନ୍ତୁ ଚୂଆ ପାଣି ଭରସାରେ ରହିଛନ୍ତି । ବର୍ଷସାରା ଚୂଆ ପାଣି ପିଇ ଚଳୁଥିବା ବେଳେ ସେଠାରେ ଥିବା ନଳକୂଅ କିନ୍ତୁ ଅଚଳ ହୋଇପଡିଛି । ଯାହାକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe