ପାଣି ପାଇଁ ରାସ୍ତାରୋକ : ଗରା, ବାଲଟି ଧରି ରାସ୍ତାରେ ବସିଲେ ମହିଳା; କହିଲେ ପାଣି ସୁବିଧା ନହେଲେ ହେବ ବଡ ଆନ୍ଦୋଳନ

87

କନକ ବ୍ୟୁରୋ : ପାଣି ପାଇଁ ରାସ୍ତାରୋକ । ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ମହୁଳପାଳ ହରିଜନ ସାହିର ଲୋକେ ପାଣି ପାଇଁ ରାସ୍ତାରୋକ କରିଛନ୍ତି । ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ପାଇପରେ ପାଣି ନଆସିବାରୁ ମହିଳାମାନେ ଗରା, ବାଲଟି ଧରି ମହୁଳପାଳ ଗାଁ ମଝିରେ ରାସ୍ତା ଅବରୋଧ କରିଛନ୍ତି । ଗାଁକୁ ପିଇବା ପାଣିର ସୁବିଧା ନ କରିବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି । ରାସ୍ତା ଅବରୋଧ ହୋଇଥିବା କାରଣରୁ ଢେଙ୍କାନାଳ-ପଣ୍ଡୁଆ କାମାକ୍ଷାନଗର ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ରହିଛି । ୟାତାୟତ ବାଧାପ୍ରାପ୍ତ ହେଉଛି ।

Comments are closed.