କନକ ବ୍ୟୁରୋ : ପାଣି ପାଇଁ ତାତିଲେ ଲୋକେ । ରାସ୍ତା ଅବରୋଧ କରି ଟାୟାର ଜାଳି ଧାରଣା ଦେଲେ ଗ୍ରାମବାସୀ । ପାନୀୟ ଜଳର ସମସ୍ୟା ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ଜାନିବିଲି ପ୍ରକଳ୍ପ ଏବେ ଅଧପନ୍ତରିଆ ହୋଇପଡ଼ି ରହିଛି । ଯାହା ପାଇଁ ବ୍ରହ୍ମପୁର ଜଗଦଲପୁରରେ ଲୋକେ ପାଣି ବୃନ୍ଦେ ପାଇଁ ନାନା ପ୍ରକାର ସମସ୍ୟାରେ ପଡ଼ୁଛନ୍ତି । ପାଣି ମିଳୁନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଶେଷରେ ରାଜରାସ୍ତାରେ ଟାୟାର ଜାଳି ଧାରଣା ଦେଇଛନ୍ତି ଲୋକେ । ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ପହଂଚି ପ୍ରତିଶ୍ରୁତି ଦେବା ପରେ ଧାରଣା ହଟିଥିଲା । ଦୀର୍ଘ ୩ବର୍ଷ ହେଲା ଜାନିବିଲି ପ୍ରକଳ୍ପ ହୋଇଥିଲେ ମଧ୍ୟ ଗାଁ ଲୋକଙ୍କୁ ପାଣି ମିଳୁନାହିଁ । ବର୍ତମାନ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ପାନୀୟ ଜଳ ସମସ୍ୟା ଉତ୍କଟ ହେବାରୁ ଧାରଣା ଦେଇଛନ୍ତି ଗ୍ରାମବାସୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/vlcsnap-2021-03-15-14h10m47s363.png)