ବର୍ଷାକୁ ଦେଖିଲେ ଛାନିଆ ନଇ କୂଳିଆ ଗାଁ। ଲୋକଙ୍କ ଆଖିରୁ ନିଦ ହଜେଇ ଦେଇଛି ଜଗତସିଂହପୁର ଦେବୀନଦୀର ଦୁର୍ବଳବନ୍ଧ

Advertisment
ବର୍ଷାକୁ ଦେଖିଲେ ଛାନିଆ ନଇ କୂଳିଆ ଗାଁ। ଲୋକଙ୍କ ଆଖିରୁ ନିଦ ହଜେଇ ଦେଇଛି ଜଗତସିଂହପୁର ଦେବୀନଦୀର ଦୁର୍ବଳବନ୍ଧ

କନକ ବ୍ୟୁରୋ: ନଦୀବନ୍ଧ ସାଜିଛି ମରଣଜନ୍ତା । ଦେବୀନଦୀର ବନ୍ଧକୁ ନେଇ ଆତଙ୍କରେ ଗ୍ରାମବାସୀ । ପ୍ରଶାସନର ଖାମଖିଆଲି ନୀତି ଯୋଗୁଁ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ନଦୀବନ୍ଧ ଏବେ ବିପଦ ସଂକୁଳ ଅବସ୍ଥାରେ । ଯାହାକି ଏବେ ଗ୍ରାବାସୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି ।

publive-image

ଆକାଶରେ ମେଘ ଦେଖିଲେ ଛନକା ପଶୁଛି । ଜୀବନ ଜୀବିକାକୁ ନେଇ ନଇକୂଳିଆ ଲୋକଙ୍କ ଆଖିରୁ ନିଦ ହଜିଯାଉଛି । ବର୍ଷା ହେଲେ ଦୁର୍ବଳ ନଦୀବନ୍ଧ ଚିନ୍ତା ବଢାଇ ଦେଉଛି । ଜଗତସିଂହପୁର ଜିଲ୍ଲା ଦେଇ ବହୁଥିବା ଦେବୀ ନଦୀ ବନ୍ଧର ଅନେକ ସ୍ଥାନରେ ମାଟି ଅତଡା ଧସିଯାଇଛି । ପଥର ପ୍ୟାକିଙ୍ଗ୍ ବି ନଷ୍ଟ ହୋଇଯାଇଛି । ପ୍ରଶାସନ ପକ୍ଷରୁ ନଦୀବନ୍ଧରେ ଅତି ନିମ୍ନମାନର ମାଟି ଓ ପଥର ପ୍ୟାକିଙ୍ଗ୍ କାମ ହୋଇଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି ।

publive-image

ବନ୍ୟା ପାଣିକୁ ନିୟନ୍ତ୍ରଣ କରିବାକୁ ତିଆରି ହୋଇଥିବା ଗୁରୁଜ ମଧ୍ୟ ନଦୀରେ ବୁଡ଼ିଗଲାଣି । ଦେବୀନଦୀର ମୁଖ୍ୟତଃ ଭାଣ୍ଡିସାହି, ଶ୍ରୀବନ୍ତପୁର, ପଲିରିବାଙ୍କ ଓ ପଦରୁଆ ବନ୍ଧ ବିପଦ ସଙ୍କୁଳନ ଅବସ୍ଥାରେ ରହିଛି । ସେପଟେ ଏନେଇ ଜଳ ସମ୍ପଦ ନିର୍ବାହୀ ଯନ୍ତ୍ରୀ କହିଛନ୍ତି, ବନ୍ଧର ମରାମତି କାର୍ଯ୍ୟ କରାଯାଇଛି । ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜଳ ସଂପଦ ବିଭାଗ ପ୍ରସ୍ତୁତ ରହିଛି । ବନ୍ଧରେ ନିମ୍ନ ମାନର ମରାମତି କାମ ଯୋଗୁଁ ନଇକୂଳିଆ ଲୋକ ବର୍ଷା ଦେଖିଲେ ଭୟ କରୁଥିବା ବେଳେ କେବେ ସ୍ଥିତିରେ ସୁଧାର ଆସିବ ଅପେକ୍ଷାରେ ଅଛନ୍ତି ଗଁଲୋକେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe