ବିଦ୍ୟୁତ ନଥିବାରୁ ଗରମ ଗୁଳୁଗୁଳିରେ ଅତିଷ୍ଠ ଲୋକ । ୪ ଦିନ ହେଲା ପୋଡିଯାଇଛି ଟ୍ରାନ୍ସଫର୍ମର, ଶୁଣୁନି ବିଦ୍ୟୁତ ବିଭାଗ

Advertisment
ବିଦ୍ୟୁତ ନଥିବାରୁ ଗରମ ଗୁଳୁଗୁଳିରେ ଅତିଷ୍ଠ ଲୋକ । ୪ ଦିନ ହେଲା ପୋଡିଯାଇଛି ଟ୍ରାନ୍ସଫର୍ମର, ଶୁଣୁନି ବିଦ୍ୟୁତ ବିଭାଗ

କନକ ବ୍ୟୁରୋ : ଗାଁରେ ଟ୍ରାନ୍ସଫର୍ମ ଅଚଳ । ଗାଁ ଲୋକେ ଗରମରେ ସନ୍ତୁଳି ହେଉଛନ୍ତି । ଗ୍ରୀଷ୍ମପ୍ରବାହ ବଢିଚାଲିଥିବା ବେଳେ ୪ ଦିନ ହେଲା ଖରାପ ହୋଇ ପଡିଛି ଟ୍ରାନ୍ସଫର୍ମର । ଯାହାଫଳରେ ଅସହ୍ୟ ଗରମରେ ଲୋକେ ସନ୍ତୁଳି ହେଉଛନ୍ତି । କିରୋସିନୀ ମିଳୁନଥିବାରୁ ଦୀର୍ଘ ୪ ଦିନ ହେଲାଣି ମଧ୍ୟ ଲୋକେ ଉପାସ ରହୁଛନ୍ତି । ବିଦ୍ୟୁତ ନଥିବାରୁ ଗାଁର ୬୦ଟି ପରିବାର ଏବେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ନିଆଳି ବ୍ଲକ ଅନ୍ତର୍ଗତ ରତନପୁର ପଂଚାୟତର ଗଜାବର ଗାଁରେ ଏହିଭଳି କିଛି ଚିତ୍ର ସାମନାକୁ ଆସିଛି । ଗରମରେ ଅତିଷ୍ଠ ଲୋକେ ଖୁôବଶୀଘ୍ର ଏକ ନୂଆ ଟ୍ରାନ୍ସଫର୍ମର ଦାବି କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe