ଗାଁରେ ନାହିଁ ପିଇବା ପାଣିର ସୁବିଧା, ନାହିଁ ବିଜୁଳି ଆଲୁଅ । ଅନ୍ଧାରରେ ଭବିଷ୍ୟତ ଗଢୁଛନ୍ତି ଛାତ୍ରଛାତ୍ରୀ ।

92

କନକ ବ୍ୟୁରୋ : ଉପାନ୍ତ ଅଞ୍ଚଳର ଲୋକେ ଆଜି ବି ମୌଳିକ ସୁବିଧାରୁ ବଞ୍ଚିତ । ଗାଁରେ ପିଇବା ପାଣିର ସୁବିଧା ନଥିବା ବେଳେ ବିଜୁଳି ଆଲୁଅ ନାହିଁ କହିଲେ ଚଳେ । ଫଳରେ ବହୁ ଅସୁବିଧାରେ ଜୀବନ ବିତାଉଛନ୍ତି ଗାଁ ଲୋକେ । ଶୋଷ ମେଣ୍ଟାଇବା ପାଇଁ ଲୋକେ ଝରଣା ପାଣି ଉପରେ ନିର୍ଭର କରୁଛନ୍ତି । କୁନି କୁନି ପିଲା ଡିବିରି ଆଲୁଅରେ ଭବିଷ୍ୟତ ଗଢୁଛନ୍ତି ।

ରାୟଗଡା ଜିଲ୍ଲା ରାୟଗଡା ବ୍ଲକର ତୟାଙ୍ଗିର ଗାଁ । ଗାଁରେ ଶହେରୁ ଅଧିକ ଲୋକ ବାସ କରନ୍ତି । ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ବିଶୁଦ୍ଧ ପିଇବା ପାଣି ମୁନ୍ଦାଏ ପାଉନାହାନ୍ତି ଗ୍ରାମବାସୀ । ୨୦ଟି ପରିବାର ପାଇଁ ରହିଛି, ସେଥିରୁ ବି ଆବଶ୍ୟକୀୟ ପରିମାଣର ପାଣି ବାହାରୁ ନାହିଁ । ତେଣୁ ଗ୍ରାମବାସୀଙ୍କୁ ଝରଣା ପାଣି ଉପରେ ନିର୍ଭର କରିବାକୁ ପଡୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଗାଁରେ ବିଜୁଳି ଆଲୁଅର ସୁବିଧା ମଧ୍ୟ ନାହିଁ । ସୂଚନା ଅନୁଯାୟୀ ୨୦୧୭ରେ ଓଡ଼ିଶା ଅକ୍ଷୟଶକ୍ତି ବିକାଶ ସଂସ୍ଥା ପକ୍ଷରୁ ଦିନ୍ ଦୟାଲ ଉପାଧ୍ୟାୟ ଗ୍ରାମୀଣ ଜ୍ୟୋତି ଯୋଜନାରେ ଗ୍ରାମବାସୀଙ୍କୁ ସୌର ଗୃହବତୀ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିଲା । କିନ୍ତୁ ସେ ସୁବିଧା ବେଶୀ ଦିନ ପାଇଁ ନଥିଲା । ମାତ୍ର ବର୍ଷଟିଏ ଜଳିବା ପରେ ତାହା ଅଚଳ ହୋଇଯାଇଛି । ସଂଜ ନଇଁଲେ ଲୋକେ ଅନ୍ଧାର ରାତିରେ ଜଙ୍ଗଲି ଜନ୍ତୁଙ୍କ ଭୟ ଭିତରେ ଜୀବନ କାଟୁଛନ୍ତି ।