କନକ ବ୍ୟୁରୋ : ବିଦ୍ୟୁତ ସମସ୍ୟାରେ ଅତିଷ୍ଠ ହୋଇ ବିିଦ୍ୟୁତ ବିଭାଗର ଗାଡିକୁ ଅଟକ ରଖିଲେ ଗ୍ରାମବାସୀ । କେନ୍ଦ୍ରାପଡା ମହାକାଳପଡା ବ୍ଲକ ବାରଡାଙ୍ଗ ଗ୍ରାମର ୧୨ ନମ୍ବର ଓା୍ୱର୍ଡର୍ରେ ଏପରି ଘଟଣା ସାମ୍ନାକୁ ଆସିଛି । ଦୀର୍ଘଦନ ହେବ ବିଦ୍ୟୁତ ସମସ୍ୟା ଲାଗି ରହିଥିବାବେଳେ ଏଥିରେ ଅତିଷ୍ଠ ହୋଇ ଶେଷରେ ଟିପିସିଓଡିଏଲ୍ ବା ଟାଟା ପାୱାର ଗାଡିକୁ ଦୀର୍ଘ ୭ ଘଣ୍ଟା ଅଟକ ରଖିବା ପରେ ଗ୍ରାମବାସୀ ଛାଡ଼ିଛନ୍ତି ।

Advertisment

ଛିଣ୍ଡା ତାରରେ ବିଦ୍ୟୁତ ସରବରାହ ଫଳରେ ବାରମ୍ବାର ସ୍ପାର୍କିଙ୍ଗ ହୋଇ ବିଦ୍ୟୁତ ଯୋଗାଣରେ ଗ୍ରାମବାସୀ ସମସ୍ୟା ଭୋଗୁଥିଲେ । ଏହି ବିଷୟରେ ବିଭାଗୀୟ ଅଧୀକାରୀଙ୍କୁ ଜଣାଇବା ପରେ ବିଭାଗୀୟ ଅଧିକାରୀ ଗାଁରେ ପହଞ୍ଚି ପୁରୁଣା ତାରକୁ ଖୋଲି ନେଇଯାଇଥିଲେ । କିନ୍ତୁ ନୂଆ ତାର ପରିବର୍ତେ ବିଭାଗ ପକ୍ଷରୁ ପୁଣି ପୁରୁଣା ତାର ଖୁଣ୍ଟରେ ଟଣା ଯିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ତେଣୁ ବିରକ୍ତି ହୋଇ ଗ୍ରାମବାସି ଦୀର୍ଘ ୭ ଘଣ୍ଟା କାଳ ଅଟକ ରଖିଥିଲେ । ଶେଷରେ ନୂଆତାର ବନ୍ଧାଯିବା ପରେ ଆନ୍ଦୋଳନକାରି ମାନେ ଅଟକ ଗାଡିକୁ ଛାଡିଥିଲେ ।