କନକ ବ୍ୟୁରୋ : ହାତୀ ଉପଦ୍ରବ ପାଇଁ ଅନଗୁଳ ରେଞ୍ଜର ଓ ଫରେଷ୍ଟରଙ୍କୁ ୧୧ ଘଣ୍ଟା କାଳ ଅଟକ ରଖିଲେ ଗ୍ରାମବାସୀ । ଅନଗୁଳ ବନାଞ୍ଚଳ ଜରାରପୁରର ଦୁଇ ଜଣ ବନ କର୍ମଚାରୀଙ୍କୁ ଗ୍ରାମବାସୀ ଅଟକ ରଖିଥିଲେ । ରେଞ୍ଜର ହରମୋହନ ନାୟକ ଓ ଫରେଷ୍ଟର ହରମୋହନ ପ୍ରଧାନଙ୍କୁ ସକାଳ ୮ଟାରୁ ରାତି ୭ଟା ପର୍ଯ୍ୟନ୍ତ ଅଟକ ରଖାଯାଇଥିଲା ।

Advertisment

ଦୀର୍ଘ ଦିନ ହେଲା ସେହି ଅଞ୍ଚଳରେ ହାତୀ ମାନେ ଉପଦ୍ରବ ଜାରି ରଖିଛନ୍ତି । ଏପରିକି ସେହି ଅଞ୍ଚଳରେ ଫସଲ ନଷ୍ଟ ହେବା ସହ ଜୀବନ ହାତି ହେଉଛି । ଦିନ ରାତି ହାତୀ ଉପଦ୍ରବ ଯୋଗୁଁ ଲୋକେ ଘରୁ ବାହାରକୁ ବାହାରି ପାରୁନାହାନ୍ତି ଲୋକେ । ଏଥିପାଇଁ ପଦକ୍ଷେପ ନେବାରେ ବନ ବିଭାଗ ଫେଲ ମାରିଛି । ଫଳରେ ଲୋକମାନେ ଅତିଷ୍ଟ ହୋଇ ବନ କର୍ମଚାରୀଙ୍କୁ ଅଟକ ରଖିଥିଲେ ।