କନକ ବ୍ୟୁରୋ: ଚୋରା ମଦକୁ ବିରୋଧ କରି ତାତିଲେ ଗ୍ରାମବାସୀ । ଭାଙ୍ଗିଲେ ବେପାରୀଙ୍କ ଘର ସହ ଶହ ଶହ ମଦ ବୋତଲ । ଏଭଳି ଘଟଣା ଦେଖିବାକୁ ମିଳିଛି ବିଞ୍ଝାରପୁର ଥାନା ଆଉଁରୀ ପଞ୍ଚାୟତ ଢ଼ିହକୁଳା ଗାଁରେ । ଦୀର୍ଘ ଦିନ ଧରି ଏଠାରେ ମଦ କାରବାର ଚାଲୁଥିବାରୁ ସ୍ଥାନୀୟ ମହିଳା ପ୍ରତିବାଦ କରି ଆସୁଥିଲେ । ଏ ନେଇ ବାରମ୍ବାର ଅଭିଯୋଗ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିଲା । ଶେଷରେ ଗାଁର ମହିଳାମାନେ ଚୋରା ମଦ କାରବାର ଚଳାଇଥିବା ବ୍ୟକ୍ତିଙ୍କ ଘର ଉପରେ ଆକ୍ରମଣ କରିଛନ୍ତି । ଏହାସହ ବ୍ୟାପକ ଭଙ୍ଗାରୁଜା କରିଛନ୍ତି ଗ୍ରାମବାସୀ । ଏହି ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ତୁରନ୍ତ ସ୍ଥାନୀୟ ଅଞ୍ଚଳରୁ ମଦ କାରବାର ବନ୍ଦ ହେବା ସହିତ ମଦ କାରବାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।
ଚୋରା ମଦକୁ ବିରୋଧ କରି ତାତିଲେ ଗ୍ରାମବାସୀ । ଭାଙ୍ଗିଦେଲେ ବେପାରୀଙ୍କ ଘର ସହ ଶହ ଶହ ମଦ ବୋତଲ ।
/kanak/media/post_attachments/wp-content/uploads/2022/10/9-14.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)