ଡିଜିଟାଲ୍ ଇଣ୍ଡିଆର ବାସ୍ତବ ଚିତ୍ର! ମୋବାଇଲ ଅଛି, ହେଲେ ଟାୱାର ନାହିଁ , କଥା ହେବାକୁ ଗଛ ଭରସା ।

230

କନକ ବ୍ୟୁରୋ: ଡିଜିଟାଲ ଇଣ୍ଡିଆ ଯୁଗରେ ମୋବାଇଲ ଏକ ଅପରିହାର୍ଯ୍ୟ ଯନ୍ତ୍ର ରୁପେ ଗଣାଯାଉଛି । ମାତ୍ର ଯଦି ସେହି ମୋବାଇଲକୁ ସଠିକ ନେଟଓାର୍କ ନ ମିଳେ ତେବେ ଉପଭୋକ୍ତାମାନେ କିପରି ହଇରାଣ ହରକତ ତାହା କହିଲେ ନସରେ । ନେଟଓାର୍କ ଟିକିଏ ପାଇବା ଲାଗି ଏବେ ଗଛ ସାଜିଛି ସାହାରା । ଏଭଳି କୌତୁକିଆ ଦୃଶ୍ୟ ଦେଖିବାକୁ ମିଳିଛି ଢେକଂନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଗଂଜରା ଗ୍ରାମରେ । ଏକ ରିପୋର୍ଟ ।

ମୋବାଇଲ ଅଛି, ହେଲେ ଟାୱାର ନାହିଁ । ଆଉ ଟାୱାର ନଥିବାରୁ ଏ ଅବସ୍ଥା… କିଏ ମୋବାଇଲ ଧରି ଗଛ ଉପରେ… ଆଉ କିଏ ମୋବାଇଲ ଧରି ଘରର ଛାତ ଉପରେ । ମୋବାଇଲରେ କଥା ହେବା ପାଇଁ ଅଭିନୟ ଉପାୟ, କହିଲେ କହିପାରିବା ଭାରତୀୟଙ୍କ ଦେଶୀ ଯୋଗାଡ । ଡିଜିଟାଲ ଯୁଗର ବେତାର ଯୋଗାଯୋଗର ଅନନ୍ୟ ଉଦାହରଣ । ନେଟୱାର୍କ ପାଉନଥିବାରୁ ଢେଙ୍କାନାଳ ହିନ୍ଦୋଳ ବ୍ଲକର ଗଂଜାର ଗାଁରେ ଲୋକେ ସମସ୍ୟା ଭୋଗୁଛନ୍ତି । ଗାଁ ଠାରୁ ଦେଢ କିମି ଦୂର ଆମ୍ବତୋଟାକୁ ଗଲେ ନେଟୱାର୍କ ଲାଗୁଥିବା କହିଛନ୍ତି ଗ୍ରାମବାସୀ କେବଳ ଗଂଜରା ଗାଁ ନୁହେଁ ନେଟୱାର୍କ ସମସ୍ୟାରେ ଧନ୍ଦି ହେଉଛନ୍ତି ଆଖପାଖର ଚାରି ପାଂଚଟି ଗାଁର ଲୋକ ।

ମୋବାଇଲ ନେଟୱାର୍କ ଆସୁନଥିବାରୁ ଯୋଗାଯୋଗର ଜରୁରୀକାଳୀନ ଆବଶ୍ୟକତା ବେଳେ ଗାଁଲୋକେ ଅସହାୟ ହୋଇପଡୁଛନ୍ତି । ତୁରନ୍ତ ପୋଲିସକୁ କୌଣସି କଥା ଜଣାଇବା, ଶୀଘ୍ର ଆମ୍ବୁଲାନ୍ସ ଡାକିବା ଏଠି ଦିବାସ୍ୱପ୍ନ । ଆଉ କ୍ୟାସଲେସ ଲେଣଦେଣ, ଅନଲାଇନ ବ୍ୟାକିଂ ସୁବିଧା ଭାବିବା ବି ଭୁଲ । ମୋବାଇଲ ସେବା ଯୋଗାଇଦେବା ଲାଗି ସ୍ଥାନୀୟ ଜନପ୍ରତିନିଧୀଙ୍କ ଠାରୁ ଆରମ୍ଭ କରି ସରକାରୀ ବାବୁଙ୍କୁ ମଧ୍ୟ ଜଣାଇଛନ୍ତି । ହେଲେ ତାଙ୍କ କଥା କେହି ଶୁଣୁନଥିବା କହିଛନ୍ତି ଗ୍ରାମବାସୀ ।