କନକ ବ୍ୟୁରୋ: ଗରିବଙ୍କ ଘର ଭାଙ୍ଗିଲେ ଗାଁଲୋକେ । ବଲାଙ୍ଗିର ପୁଇଁତଳା ବ୍ଲକ ବହଲପଦର ଗାଁରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ଗାଁରେ କିଛି ଗରିବ ଲୋକ ୧୯୮୮ ମସିହାରୁ ସରକାରୀ ଜାଗାରେ ଘର କରି ରହି ଆସୁଥିଲେ । ହେଲେ ହଠାତ୍ ଗତ ମାସ ୧୮ ତାରିଖରେ ସରପଂଚଙ୍କ ନିର୍ଦ୍ଦେଶକ୍ରମେ ଗାଁର କିଛି ଲୋକ ପରିବାର ଲୋକଙ୍କୁ ଧମକ ଚମକ ଦେବା ସହ ଜୋରଜବରଦସ୍ତ ଏକ କାଗଜରେ ଦସ୍ତଖତ କରାଇ ନେଇଥିଲେ । ଏହା ପରେ ତାଙ୍କ ଘର ଭାଙ୍ଗି ଦେଇଛନ୍ତି । ଫଳରେ ସେହି ପରିବାର ଏବେ ଖୋଲା ଆକାଶ ତଳେ ଦିନ କାଟୁଛନ୍ତି । ପରିବାର ଲୋକେ ତହସିଲଦାର, ଉପଜିଲ୍ଲାପାଳ, ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।