ନଳକୂପକୁ ନେଇ ତାତିଲେ ଲୋକେ । ଗାଁରେ ନଳକୂପ ବସାଇବା ଲାଗି ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ ।

61

କନକ ବ୍ୟୁରୋ : ଗାଁରେ ନଳକୂପ ବସାଇବାକୁ ନେଇ ଗ୍ରାମବାସୀ ୫୩ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ମୁକ୍ତାପଶି ପଂଚାୟତ ପୂର୍ବ ପାଟଣାସାହି ଲୋକେ ରାସ୍ତାରୋକ କରିଛନ୍ତି । ସେମାନେ ଗାଁରେ ଏକ ନଳକୂପ ବସାଇବାକୁ ଜିଦ ଧରିଛନ୍ତି ।

ସୂଚନା ଅନୁସାରେ ଗାଁରେ ରାସ୍ତାକଡ଼ରେ ଥିବା ନଳକୂପ ୫୩ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ଉଠିଗଲା । ଆଉ ସରକାରଙ୍କ ତରଫରୁ ଗାଁରେ ପୁଣି ଗୋଟିଏ ନଳକୂପ ଆସିଲା ଲୋକଙ୍କ ପାଇଁ । ତାକୁ ଗାଁର ଦେଶକୋଠ ଘର ନିକଟରେ ବସିବା କଥା କିନ୍ତୁ ଗାଁର ଜୈନିକ ବ୍ୟକ୍ତି ବସାଇ ଦେଉନାହାନ୍ତି  । ଫ‌ଳରେ ଗାଁର ଲୋକମାନେ ହଇରାଣ ହେଉଛନ୍ତି । ଏହାର ବିଚାର ନହେବା ଯାଏ ରାସ୍ତାରୋକ ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଗାଁକୁ ନଳକୂପ ମେସିନ ଆସିଛି କିନ୍ତୁ ଖୋଳି ପାରୁନାହିଁ । ଏହାର ବିଚାର ଦାବିରେ ରାସ୍ତାରୋକ କରିଛନ୍ତି ଗ୍ରାମବାସୀ ।