କନକ ବ୍ୟୁରୋ : କୁକୁଡ଼ା ଫାର୍ମ ଯୋଗୁଁ ଗାଁ ଲୋକଙ୍କ ଭୋଟ୍ ବର୍ଜନ । ଢେଙ୍କାନାଳ ମହୁଲପୁଂଜିରେ ଗ୍ରାମବାସୀ ଭୋଟ୍ ବର୍ଜନ କରିଛନ୍ତି । ଗାଁରେ ପ୍ରାୟ ୧ ହଜାର ୨୦୧ ଭୋଟର ଥିବା ବେଳେ ଭେଟ୍ ବର୍ଜନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଲୋକେ । କୁକୁଡ଼ା ଫାର୍ମ ଯୋଗୁଁ ଗାଁରେ ଦୁର୍ଗନ୍ଧମୟ ପରସ୍ଥିତି ସୃଷ୍ଟି ହେଉଛି । ଲୋକେ ନାନା ପ୍ରକାର ଚର୍ମ ରୋଗର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ଏନେଇ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଲୋକେ ଭୋଟ୍ ବର୍ଜନ କରିଛନ୍ତି ।