କନକ ବ୍ୟୁରୋ : ଗଛକଟାକୁ ନେଇ ବନ କର୍ମଚାରୀ-ଗାଁ ଲୋକଙ୍କ ଭିତରେ ଗଣ୍ଡଗୋଳ । ଫରେଷ୍ଟ ଗାର୍ଡଙ୍କୁ ପିଟିଲେ ଗ୍ରାମବାସୀ । ଏଭଳି ଦୃଶ୍ୟ ଦେଖିବାକୁ ମିିଳିଛି ବାଙ୍ଗିରିପୋଷି ରେଞ୍ଜ ପକପକ୍କା ଗାଁରେ । ଗାଁ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ଗଛ କଟା ଯାଉଥିବା ନେଇ ବନ ବିଭାଗ ଖବର ପାଇଥିଲା । ପରେ ୮ ଜଣ ବନ କର୍ମଚାରୀଙ୍କୁ ନେଇ ଫରେଷ୍ଟ ଗାର୍ଡ ବୁଧିରାମ ସିଂ ଘଟଣା ସ୍ଥଳକୁ ଯାଇଥିଲେ । ଏତିକି ବେଳେ ଗ୍ରାମବାସୀ ଏକତ୍ରୀତ ହୋଇ ବନ କର୍ମଚାରୀଙ୍କୁ ଧସ୍ତାଧସ୍ତି କରିବା ସହ ଫରେଷ୍ଟ ଗାର୍ଡ ବୁଧିରାମ ସିଂ ମାଡ ମାରିଥିବା ଦେଖିବାକୁ ମିଳିଛି ।
ଗଛକଟାକୁ ନେଇ ବନ କର୍ମଚାରୀ-ସ୍ଥାନୀୟ ଲୋକ ଧସ୍ତାଧସ୍ତି । ଫରେଷ୍ଟ ଗାର୍ଡ଼ଙ୍କୁ ଲୋକ ମାଡ଼ମାରୁଥିବାର ଭିଡିଓ ଭାଇରାଲ
/kanak/media/post_attachments/wp-content/uploads/2024/03/22-1.jpg)