ଦୁଷ୍କର୍ମକାରୀଙ୍କୁ ପିଟି ପିଟି ମାରିଦେଲେ ଲୋକେ : ମହିଳାଙ୍କ ସ୍ୱାମୀ ନଥିବା ସମୟରେ ଅଭିଯୁକ୍ତ ବସନ୍ତ ସିଂ ଦୁଷ୍କର୍ମ କରିଥିବା ଅଭିଯୋଗ

ଗୁରୁତର ଅବସ୍ଥାରେ ମହିଳାଙ୍କ ଚିକତ୍ସା ଜାରି, ସୋର ପୋଲିସର ଛାନଭିନ୍

339

କନକ ବ୍ୟୁରୋ : ଦୁଷ୍କର୍ମକାରୀଙ୍କୁ ପିଟି ପିଟି ମାରିଦେଲେ ଲୋକ । ବାଲେଶ୍ୱର ଜିଲ୍ଲା ସୋର ଥାନା ସିଙ୍ଗାଖୁଂଟା ଅଂଚଳର ଜଣେ ମହିଳାଙ୍କ ସ୍ୱାମୀ ନଥିବା ସମୟରେ ବସନ୍ତ ସିଂ ନାମକ ଜଣେ ଯୁବକ ଏକ ଘରକୁ ଟେକି ନେଇ ଦୁଷ୍କର୍ମ କରିଥିଲେ । ଖବର ପାଇ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଂଚି ମହିଳାଙ୍କୁ ଉଦ୍ଧାର କରିଥିଲେ ।

ପୀଡ଼ିତାଙ୍କୁ ଗୁରୁତର ଅବସ୍ଥାରେ ସୋର ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ । ଉତକ୍ଷିପ୍ତ ହୋଇ ସ୍ଥାନୀୟ ଲୋକେ ଅଭିଯୁକ୍ତ ବସନ୍ତ ସିଂଙ୍କୁ ଉଲଗ୍ନ କରି ପିଟି ପିଟି ମାରି ଦେଇଥିଲେ । ପୀଡ଼ିତାଙ୍କ ଚିକିତ୍ସା ପାଇଁ ଅଧିକା ଅର୍ଥ ଆବଶ୍ୟକତା ହେଉଥିବା ବେଳେ ଅର୍ଥ ସାଜିଛି ବାଧକ । ଏନେଇ ସୋର ଥାନାରେ ଅଭିଯୋଗ ହୋଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।