ଚୋରାଚାଲଣ ହେଉଥିବା ବଜ୍ରକାପ୍ତା ଉଦ୍ଧାର କରିବାକୁ ଯାଇ ହଟହଟା ବନକର୍ମଚାରୀ: ୧୬ ଜଣ କର୍ମଚାରୀଙ୍କୁ ଗୋଡାଇ ପିଟିଲେ ମାଲକାନଗିରି ନାମକୋଣ୍ଡା ଗାଁ ଲୋକେ

ଗ୍ରାମବାସୀଙ୍କ ପଥର ମାଡରେ ରେଂଜରଙ୍କ ସମେତ ୭ କର୍ମଚାରୀ ଆହତ

103

କନକ ବ୍ୟୁରୋ: ବଜ୍ରକାପ୍ତା ଉଦ୍ଧାର କରିବାକୁ ଯାଇ ହଟହଟା ହେଲେ ବନ କର୍ମଚାରୀ । ମାଲକାନଗିରି ନାମକୋଣ୍ଡା ଗାଁରେ ବଜ୍ରକାପ୍ତା ଥିବା ଖବର ପାଇ ଗତକାଲି ରାତିରେ ଚଢାଏ କରିଥିଲେ ୧୬ ଜଣ ବନ କର୍ମଚାରୀ । ତେବେ ବଜ୍ରକାପ୍ତା ଉଦ୍ଧାର ସମୟରେ ବନ କର୍ମଚାରୀ ମାନେ ଗ୍ରାମବାସୀଙ୍କ ବିରୋଧର ଶିକାର ହୋଇଥିଲେ ।

ବଜ୍ରକାପ୍ତା ଉଦ୍ଧାର କରି ଆଣୁ ଥିବା ସମୟରେ ବନ କର୍ମଚାରୀଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ ଉତ୍ୟକ୍ତ ଗ୍ରାମବାସୀ । ବନ କର୍ମଚାରୀଙ୍କୁ ଗୋଡାଇ ଗୋଡାଇ ଟେକା ପଥର ମାଡ ମାରିଥିଲେ ଗାଁଲୋକେ । ଆକ୍ରମଣରେ ମାଲାକନଗିରି ରେଂଜର ସମେତ ୭ କର୍ମଚାରୀ ଆହତ ହୋଇଥିବା ବେଳେ ରେଂଜର ଓ ତାଙ୍କ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । ପରିସ୍ଥିତି ଏମିତି ହୋଇଥିଲା ଯେ ବଜ୍ରକାପ୍ତାକୁ ଶେଷରେ ବନ କର୍ମଚାରୀଙ୍କଠାରୁ ଛଡାଇ ନେଇଥିଲେ ଗାଁଲୋକେ ।