ବାଟ ହୁଡୁଛି ବିକାଶ : ପୋଲ ନଥିବାରୁ ମୋହନା ବ୍ଲକର ୩ଟି ଗାଁରେ କାଠ ଗଣ୍ଡି ପାଲଟିଛି ସାହାରା

 ଜୀବନକୁ ବାଜି ଲଗାଇ ଯାଆସ କରୁଛନ୍ତି ଲୋକେ

86

କନକ ବ୍ୟୁରୋ : ବାଟ ହୁଡିଛି ବିକାଶ । ସ୍ୱାଧୀନତାର ଏତେ ବର୍ଷ ପରେ ବି ଲୋକଙ୍କ ପାଖରେ ପହଂଚିନି ବିକାଶ । ଅଧିକାଂଶ ଗାଁକୁ ଏବେ ବି ରାସ୍ତା ନାହିଁ ।  ଏଭଳି ଚିତ୍ର ଆସିଛି  ଗଜପତି ଜିଲ୍ଲା ମୋହନା ବ୍ଲକରୁ । ବ୍ଲକ ଦେଇ ପ୍ରବାହିତ ହରଭଙ୍ଗୀ ନଦୀ ଲୋକଙ୍କ ପାଇଁ ବିକାଶ ପ୍ରତିବନ୍ଧକ ସାଜିଛି । ନଦୀରେ ପୋଲ ନିର୍ମାଣ ହୋଇନପାରିବାରୁ ବ୍ଲକ ମୁଖ୍ୟ ଦପ୍ତର ସହ ଗାଁଗୁଡିକର ଯୋଗାଯୋଗ ହୋଇପାରୁନାହିଁ । ମୋହନା ବ୍ଲକ ଗୁରୁଝୁଳି ପଂଚାୟତର ବେତେଗଣ୍ଡା, ବାମଦେଇପଦା, ପଣସଢିଆ ଗାଁକୁ ବିକାଶ ଏବେ ବି ଅପଂହଚ ହୋଇ ରହିଛି ।

ଏହି ୩ ଗାଁର ଲୋକସଂଖ୍ୟା ପ୍ରାୟ ୨ ହାଜର । ଗାଁକୁ ଯିବାକୁ ହେଲେ ପଢୁଛି ହରଭଙ୍ଗୀ ନଦୀ । ଆଉ ସ୍ରୋତ ପ୍ରଖର ଥିବାରୁ  ନଦୀ ଦେଇ ଯିବା ଆସିବା ସମ୍ଭବ ହେଉନାହିଁ  । ଫଳରେ  ଲୋକେ ଜୀବନକୁ ବାଜି ଲଗାଇ  କାଠଗଣ୍ଡି ସହାୟତାରେ ନଦୀ ପାର ହେଉଛନ୍ତି ।  ଦୀର୍ଘ ବର୍ଷ ଧରି  ଏଭଳି ସ୍ଥିତି ଲାଗିରହିଛି । କାଠଗଣ୍ଡି ସହାୟତାରେ ନଦୀ ପାର ହୋଇ ଲୋକେ ପଂଚାୟତକୁ ଯାଇ ଚାଉଳ ଓ ଅନ୍ୟାନ୍ୟ ସାମଗ୍ରୀ ସଂଗ୍ରହ କରିଛନ୍ତି । ସ୍ଥାନୀୟ ଲୋକ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କୁ ଏ ନେଇ ଜଣାଇଥିଲେ ବି କିଛି ଫଳ ମିଳିନାହିଁ ।