କନକ ବ୍ୟୁରୋ: ପିଟି ମାରିଦେଲା ପୋଲିସ, ଅଭିଯୋଗ ଆଣିଲେ ପୁରୀ ଶ୍ରୀଚନ୍ଦନପୁର ଗାଁ ଲୋକ । ମୃତ ମାଧବାନନ୍ଦ ପାତ୍ରଙ୍କ ପୁଅ କୁନା ପାତ୍ରଙ୍କ କହିବା ଅନୁସାରେ ଗତ ୧୧ ତାରିଖରେ ତାଙ୍କ ବାପା ସଂଧ୍ୟାରେ ବଜାର କରିବା ପାଇଁ ଘରୁ ବାହାରିଥିଲେ । ହେଲେ ଘରକୁ ଆଉ ଫେରି ନଥିଲେ । ଅନେକ ଖୋଜାଖୋଜି ପରେ ମାଧବାନନ୍ଦଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତ ଦେହ ପଡ଼ିଥିବା ଗାଁ ଲୋକେ ତାଙ୍କୁ ଖବର କରିଥିଲେ ।
ଖବର ପାଇ ଘଟଣା ସ୍ଥଳରେ ନିଆଳି ଥାନା ପୋଲିସ ପହଂଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲେ । ଏନେଇ ଥାନାକୁ ମାମଲା ରୁଜୁ କରିବା ପାଇଁ ପୁଅ ଯାଇଥିବା ବେଳେ ଥାନାରେ ବାପାଙ୍କ ସ୍କୁଟି ପଡ଼ିଥିବା ଦେଖିବାକୁ ପାଇଥିଲେ । ପରେ ସେ ଜାଣିବାକୁ ପାଇଥିଲେ ଗତ ୧୧ ତାରିଖରେ ଜୁଆ ଆଡ଼ା ଚାଲିଥିବା ବେଳେ ଅଚାନକ ଚଢ଼ାଉ କରି ମାଧବାନନ୍ଦ ପାତ୍ରଙ୍କୁ ପୋଲିସ ନିଧୁମ ପିଟିଥିଲା ପୋଲିସ ।
ଯାହା ପାଇଁ ଘଟଣା ସ୍ଥଳରେ ତାଙ୍କ ବାପାଙ୍କର ମୃତ୍ୟୁ ହୋଇଥିବା ସେ ଅଭିଯୋଗ କରିଛନ୍ତି । ଘଟଣାକୁ ଚାପି ଦେବାକୁ ଉଦ୍ୟମ କରୁଛି ନିଅଳି ଥାନା ପୋଲିସ । ଆଉ ଲାଠି ମାଡ଼ରେ ମୃତ୍ୟୁର ତଦନ୍ତ ପାଇଁ ମାନବାଧିକାର କମିଶନଙ୍କ ଦ୍ୱାରସ୍ତ ହୋଇଛନ୍ତି ଗାଁ ଲୋକ ।