ଦେଶୀ ଡଙ୍ଗାରେ ଜୀବନ,ପାଦେ ପାଦେ ବିପଦ। ଭରାନଈ ପାର ପାଇଁ ଭଙ୍ଗା ଡଙ୍ଗା ଭରସା। ପଢନ୍ତୁ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଗୋଲମୁଣ୍ଡର ଗହନ କଥା

Advertisment
ଦେଶୀ ଡଙ୍ଗାରେ ଜୀବନ,ପାଦେ ପାଦେ ବିପଦ। ଭରାନଈ ପାର ପାଇଁ ଭଙ୍ଗା ଡଙ୍ଗା ଭରସା। ପଢନ୍ତୁ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଗୋଲମୁଣ୍ଡର ଗହନ କଥା

କନକ ବ୍ୟୁରୋ: ବର୍ତ୍ତମାନ ଯୁଗରେ ମନୁଷ୍ୟ ଚନ୍ଦ୍ରରେ ରହିବା ପାଇଁ ଅଣ୍ଟା ଭିଡି ଥିବା ବେଳେ କଳାହାଣ୍ଡି ଜିଲ୍ଲା ଖୋଦ ମନ୍ତ୍ରୀ କେପଟେନ ଫିବ୍ୟ ଶଙ୍କର ମିଶ୍ରଙ୍କ ନିର୍ବାଚନ ମଣ୍ଡଳୀ ଗୋଲାମୁଣ୍ଡା ବ୍ଲକରେ ଏପରି ଏକ ଅଞ୍ଚଳ ଅଛି ଯେଉଁଠି କି ଲୋକେ ଦୈନନ୍ଦିନ କାର୍ୟ୍ୟ ପାଇଁ ବିପଦକୁ ନିମନ୍ତ୍ରଣ କରି ଦେଶୀ ଡଙ୍ଗା ଉପରେ ନିର୍ଭର କରୁଛନ୍ତି । ଗୋଲାମୁଣ୍ଡା ବ୍ଲକ ଆଦିବାସୀ ଅଞ୍ଚଳ ଭାବେ ପରିଚିତ ୮ଟି ପଞ୍ଚାୟତର ଲୋକେ ଆଜି ମଧ୍ୟ ସବୁ କାମ ପାଇଁ ଦେଶୀ ଡଙ୍ଗା ଭରଷାରେ ରହନ୍ତି।

publive-image

ଗୋଲାମୁଣ୍ଡା ବ୍ଳକ ଉକ୍ତ ଅଞ୍ଚଳର ବଡଚେରଗାଁ,ଉଛୁଲା,ଚହାକା,ନୂଆଗାଁ ପଞ୍ଚାୟତର ହଜାର ହଜାର ଜନସାଧାରଣ ସ୍ୱାସ୍ଥ୍ୟ ହେଉ ଅବା ନିତିଦିନିଆ ବ୍ୟବସାୟୀକ କାମ ପାଇଁ ଜିଲ୍ଲାର ସଦରମହୁକୁମା ଭବାନୀପାଟଣା ଉପରେ ନିର୍ଭର କରନ୍ତି । କିନ୍ତୁ ଗରଗାବ ନିକଟରେ ଥିବା ଚିରସ୍ରୋତା ତେଲ ନଦି ମୁଖ୍ୟ ବାଧକ ସାଜୁଛି । ଉକ୍ତ ତେଲ ନଦୀ ଚିରସ୍ରୋତା ଥିବା ବେଳେ ଗରଗାବ ନିକଟରେ ଏକ ଦେଶୀ ଡଙ୍ଗା ଥିବା ବେଳେ ଲୋକେ ବିପଦକୁ ନିମନ୍ତ୍ରଣ କରି ଉକ୍ତ ଡଙ୍ଗାରେ ପାରି ହେବାକୁ ବାଧ୍ୟ ହୁଅନ୍ତି । ଉକ୍ତ ଡଙ୍ଗା ବହୁ ପରୁଣା ହୋଇଥିବା ବେଳେ ସେଥିରୁ ପାଣି ପସି ବିପଦ ଶଙ୍କୁଳ ହୋଇଥିଲେ ମଧ୍ୟ ସ୍ଥାନୀୟ ଲୋକେ ବାଧ୍ୟ ହୁଅନ୍ତି ଉକ୍ତ ଡଙ୍ଗାରେ ଯିବା ଆସିବା କରିବାକୁ । କାରଣ ଉକ୍ତ ଅଞ୍ଚଳର ଲୋକେ ଗରିବ ଶ୍ରେଣୀର ହୋଇଥିବା ବେଳେ ଅନ୍ୟ ରାସ୍ତା ଦେଇ ସଦରମହୁକୁମା ଭବାନୀପାଟଣାକୁ ଯିବାକୁ ହେଲେ ୬୦ ରୁ ୮୦ କିଲୋମିଟର ଯିବାକୁ ପଡେ । କିନ୍ତୁ ଉକ୍ତ ନଦି ରାସ୍ତା ଦେଇ ଗଲେ ମାତ୍ର ୨୫ ରୁ ୩୦ କିଲୋମିଟର ପଡିଥାଏ ।

publive-image

ଖରା ଓ ଶୀତ ଦିନରେ ଲୋକେ ଠିକ ଭାବରେ ଉକ୍ତ ଦେଶୀ ଡଙ୍ଗାରେ ନଦୀ ପାର ହେଉଥିବା ବେଳେ ବର୍ଷା ଦିନ ଆସିଲେ ଲୋକେ ଭଗବାନକୁ ଡାକି ନଦୀ ପାର ହେଉଥିବା କହନ୍ତି । କାରଣ ଅତି ଦୁର୍ବଳ ଦେଶୀ ଡଙ୍ଗାରେ ନଦି ପାର ହେବା ବିପଦକୁ ନିମନ୍ତ୍ରଣ କରିବା ସଦୃଶ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe