ପଂଚାୟତ ନିର୍ବାହୀ ଅଧିକାରୀଙ୍କୁ ମାଡ । ରାସନ୍ କାର୍ଡ ହିତାଧିକାରୀ ଯାଂଚ ବେଳେ ଆକ୍ରମଣ । ଅଭିଯୁକ୍ତଙ୍କୁ ଗିରଫ ଦାବିରେ ନିର୍ବାହୀ ଅଧିକାରୀ ଓ ଜିଆରଏସଙ୍କ କଲମଛାଡ ଆନ୍ଦୋଳନ ଧମକ

24

କନକ ବ୍ୟୁରୋ: ପଂଚାୟତ ନିର୍ବାହୀ ଅଧିକାରୀଙ୍କୁ ମାଡ । ରାଜନଗର ବ୍ଲକ ସାନବଡଗୋପାଳପୁରରେ ଘଟିଛି ଏଭଳି ଘଟଣା । ପଂଚାୟତ ନିର୍ବାହୀ ଅଧିକାରୀ ରାସନକାର୍ଡ ତଦନ୍ତ କରୁଥିବାବେଳେ ତାଙ୍କୁ ମାଡ ମରାଯିବା ସହ ସରକାରୀ କାଗଜପତ୍ର ଛଡାଇ ନିଆଯାଇଥିବା ନେଇ ରାଜନଗର ଥାନାରେ ଅଭିଯୋଗ ହୋଇଛି । ଏହି ଦୃଶ୍ୟ କ୍ୟାମେରାରେ ବି କଏଦ ହୋଇଛି । ଆକ୍ରମଣକାରୀଙ୍କୁ ଶୀଘ୍ର ଗିରଫ କରାନଗଲେ ପଂଚାୟତ ନିର୍ବାହୀ ଅଧିକାରୀ ଓ ଗ୍ରାମ ରୋଜଗାର ସେବକମାନେ କଲମଛାଡ ଆନ୍ଦୋଳନ କରିବାକୁ ଧମକ ଦେଇଛନ୍ତି ।

ଖବର ଅନୁସାରେ, ସାନବଡଗୋପାଳପୁରର ନିର୍ବାହୀ ଅଧିକାରୀ ବିବେକାନନ୍ଦ ମଲ୍ଲିକ ବଡଓଲରା ଗାଁ ମଧ୍ୟରେ ରାସନକାର୍ଡ ହିତାଧିକାରୀଙ୍କ ସମ୍ପର୍କରେ ତଦନ୍ତ କରୁଥିଲେ । ଏହି ସମୟରେ ଗାଁର ଗୁରୁଚରଣ ବଳ ସେଠାରେ ପହଂଚି ରେଜଷ୍ଟ୍ରାକ ଛଡାଇନେବା ସହ ଭୁଲ ହିତାଧିକାରୀଙ୍କ ନାଁ ଲେଖିବାକୁ ଧମକ ଦେଇଥିଲେ । ଏହା ସହ କଲର ଧରି ମାରିଦେବାକୁ ଉଦ୍ୟମ କରିଥିଲେ ବୋଲି ନିର୍ବାହୀ ଅଧିକାରୀ ବିବେକାନନ୍ଦ ଅଭିଯୋଗ କରିଛନ୍ତି ।