ଗାଁରେ ପଶିଲା ସମୁଦ୍ର : ଗଂଜାମ ରାମେୟାପାଟଣା ଗାଁରେ ଘରେ ପଶିଲା ସମୁଦ୍ର ପାଣି; ଲକ୍ଷାଧିକ ଟଙ୍କାର ଆସଭାବପତ୍ର ନଷ୍ଟ

137

କନକ ବ୍ୟୁରୋ : ଗାଁ ମୁହାଁ ସମୁଦ୍ର ପାଣି । ଗଂଜାମ ରାମେୟାପାଟଣା ଗାଁରେ ପଶିଲା ସମୁଦ୍ର । ଗାଁ ସମୁଦ୍ର ପାଣି ପଶି ଜଣଙ୍କର ଘର ଭାଙ୍ଗିବା ସହ ଘରେ ଥିବା ଲକ୍ଷାଧିକ ଟଙ୍କାର ଆସବାବପତ୍ର ଭାସି ଯାଇଛି । ଘର ଭାଙ୍ଗିବା ଭୟରେ ସମୁଦ୍ର କୂଳରେ ରହୁଥିବା ୩ଟି ପରିବାରର ଲୋକେ ଘରଦ୍ୱାର ଛାଡ଼ି ସୁରକ୍ଷିତ ସ୍ଥାନକୁ ଯାଇଥିବା ଦେଖିବାକୁ ମିଳିଛି । ସମୁଦ୍ର ଶାନ୍ତ ରହିଥିବା ବେଳେ ମୁହାଣ ଯୋଗୁଁ ଗାଁକୁ ପାଣି ପଶି ଆସୁଛି । ଯାହା ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଉଛି ।