କୋକସରା ବ୍ଲକ ପାତ୍ରବାସା ଗାଁକୁ ମିଳିଛି ରାଜସ୍ୱ ଗ୍ରାମର ମାନ୍ୟତା: ବାଜା ବଜାଇ ଖୁସିରେ ନାଚିଲେ ଗ୍ରାମବାସୀ

101

କନକ ବ୍ୟୁରୋ: କଳାହାଣ୍ଡି ଜିଲ୍ଲା ଆମପାଣି ପଂଚାୟତ ପାତ୍ରବସା ଗାଁକୁ ଦୀର୍ଘ ବର୍ଷ ପରେ ମିଳିଛି ରାଜସ୍ୱ ଗ୍ରାମର ମାନ୍ୟତା । ଖୁସିରେ ଲୋକେ ବାଜା ବଜାଇ ସମସ୍ତେ ଏକାଠି ହୋଇ ନାଚ ଗୀତ କରିଛନ୍ତି । ଏହା ସହିତ ନିର୍ବାଚିତ ପ୍ରତିନିଧିମାନଙ୍କୁ କାନ୍ଧରେ ବସାଇ ନାଚିଥିଲେ । ପାତ୍ରବସା ଗାଁରେ ୮ଶହରୁ ଅଧିକ ପରିବାର ରହୁଥିବା ବେଳେ ବିଭିନ୍ନ ଯୋଜନା ଗାଁକୁ ଆସୁନଥିଲା । ଏଠାକାର ଲୋକେ ଅନ୍ୟ ଗାଁକୁ ଭୋଟ ଦେବାକୁ ମଧ୍ୟ ଯାଉଥିଲେ । ଅନେକ ପ୍ରକାର ସମସ୍ୟାରେ ସମ୍ମୁଖୀନ ହେବା ପରେ ପାତ୍ରବସା ଗ୍ରାମବାସୀଙ୍କ ପକ୍ଷରୁ ଗାଁକୁ ରାଜସ୍ୱ ମାନ୍ୟତା ଦାବି କରିଥିଲେ । ଚଳିତ ବର୍ଷ ସରକାରଙ୍କ ପକ୍ଷରୁ ଏହି ଗାଁକୁ ରାଜସ୍ୱ ମାନ୍ୟତା ମିଳିବା ପରେ ବେଶ ଖୁସି ଅଛନ୍ତି ଗାଁଲୋକେ । ଏବେ ସରକାରଙ୍କ ସମସ୍ତ ସୁବିଧା ମିଳିବ ବୋଲି ଗାଁଲୋକେ ଆଶାୟୀ ଅଛନ୍ତି ।