ଷ୍ଟିଲ୍ ସିଟି ଠାରୁ ମାତ୍ର ୧୦ କିଲୋମିଟର ଦୂରରେ ରହିଛି ଅନ୍ଧାରୀ ଗାଁ । ଡିବି ଆଲୁଅରେ ଶିକ୍ଷାର ଅଲୋକ ଖୋଜୁଛନ୍ତି କୁନି କୁନି ପିଲା

67

କନକ ବ୍ୟୁରୋ: ରାଉରକେଲା ସ୍ମାର୍ଟ ସିଟି ଠାରୁ ମାତ୍ର ୧୦ କିଲୋମିଟର ଦୂର ଗଲେ ପଡେ ଝାରମୁଣ୍ଡା ଗାଁ । ଷ୍ଟିଲ୍ ସିିଟିର ଏତେ ପାଖରେ ଥାଇ ବି ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ । ରାସ୍ତା, ପିଇବା ପାଣି କି ବିଜୁଳି ଆଲୁଅ ନାହିଁ । ମୌଳିକ ସୁବିଧା ପାଇଁ ଅହରହ ସଂଘର୍ଷ କରୁଥିବା ଗ୍ରାମବାସୀଙ୍କ ପାଖରେ ପହଞ୍ଚିଥିଲା କନକ ନ୍ୟୁଜ ଟିମ୍ । । ଦେଶର ବିକାଶରେ ସାମିଲ ହେବା ପାଇଁ କୁନି କୁନି ପିଲାଙ୍କ ସଂଘର୍ଷ । ଅନ୍ଧାରି ମୁଲକରେ ଡିବି ଆଲୁଅରେ ଏମାନଙ୍କ ଆଖି ଖୋଜୁଛି ଅ, ଆ, ଏବିସିଡି ।

ବିଜୁଳି, ଭଲ ରାସ୍ତା ଓ ପାଣି ପାଇଁ ନାହି ନଥିବା ସମସ୍ୟା ସହ ଜୁଝି ହେଉଥିବା ଲୋକଙ୍କ ଜୀବନ ଏଠି ଯେମିିତି ଅଭିଶାପ ପାଲଟି ଯାଇଛି । କାରଣ ଏ ଗାଁକୁ ମାଳମାଳ ନେତା ଆସିଛନ୍ତି, ପ୍ରତିଶ୍ରୁତିରେ ପୋତି ପକାଇଛନ୍ତି, କିନ୍ତୁ ଗାଁର ଚିତ୍ର ବଦଳି ନାହିଁ କି, କେହି କେବେ ବଦଳାଇବା ପାଇଁ ଚିନ୍ତା କରିନାହାନ୍ତି । ତେଣୁ ଆଗକୁ ଆଉ ନେତାଙ୍କ କଥାରେ ଭଳିଯିବାର ନାହିଁ । ବିଜୁଳି, ରାସ୍ତା ଓ ପିଇବା ପାଣି ସୁବିଧା ନହେଲେ ଭୋଟ ଦେବେ ନାହିଁ ବୋଲି ସିଧାସିଧା ଶୁଣାଇ ଦେଇଛନ୍ତି ଗ୍ରାମବାସୀ ।

ହେଲେ କେବଳ ଝାରମୁଣ୍ଡା ଗାଁ ନୁହେଁ, ବିଜୁବନ୍ଧ, ରେଙ୍ଗାଡି ଓ କାଣ୍ଡେବସ୍ତି ଭଳି ଗାଁ ମଧ୍ୟ ଏମିତି ଅବସ୍ଥାରେ ରହିଛି ।