ହ୍ରଦ ତଳେ ରହିଛି ୧୬୦ଟି ଘର ଥିବା ଗାଁ । ଏମିତି ଗାଁ ଆପଣ ଆଗରୁ କେବେ ଦେଖିନଥିବେ, ରହିଛି ଭୟଙ୍କର ଗୁମ୍ଫା ।

871

କନକ ବ୍ୟୁରୋ : ଆପଣ ଅନେକ ଗାଁ ଦେଖିଥିବେ । କିନ୍ତୁ କୌଣସି ହ୍ରଦ ଭିତରେ ଗାଁ ଥିବାର କେବେ ଶୁଣିଛନ୍ତି କିମ୍ବା ଦେଖିଛନ୍ତି କି । ଆଜି ଆମେ ଆପଣଙ୍କୁ ସେମିତି ଏକ ଗାଁ ଦେଖାଇବୁ । ଇଟାଲୀରେ ହ୍ରଦ ତଳେ ୧୬୦ଟି ଘର ଥିବା ଏକ ଗାଁ ଦେଖିବାକୁ ମିଳିଛି । ଏହି ହ୍ରଦଟିରେ ସବୁବେଳେ ପାଣି ଭରିହୋଇ ରହିଥାଏ । କିନ୍ତୁ ଚଳିତବର୍ଷ ଏଥିରେ ପାଣି ଶୁଖିଯିବାରୁ ଏହି ଗାଁଟି ଦେଖିବାକୁ ମିଳିଛି ।

ହ୍ରଦ ଭି୍ତରେ ଗାଁ । ରହିଛି ବଡ ବଡ ଗୁମ୍ଫା । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏହି ଗାଁ କ୍ୱଚିତ ନଜର ଆସିଥାଏ । ଆଉ ଏଥିପାଇଁ ଲୋକେ ଏହାକୁ ଭୂତର ଗାଁ ବୋଲି ମଧ୍ୟ କହିଥାନ୍ତି । ଏହି ଗାଁର ନାଁ ହେଉଛି କୁରୋନ ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ୧୯୫୦ ମସିହାରେ, ଏହି ଗାଁରେ ବିଦ୍ୟୁତ ପାୱାର ପ୍ଲାଂଟର ନିର୍ମାଣ କରାଯାଉଥିଲା । ଆଉ ଏହି ସମୟରେ ହଠାତ ବାତ୍ୟା ମାଡିଆସିଥିଲା । ଯେଉଁଥିରେ ପୂରା ଗାଁରେ ପାଣି ମାଡିଗଲା, ଆଉ ଗାଁଟି ପାଣିରେ ବୁଡିଗଲା ।

ଅଷ୍ଟ୍ରିଆ ଏବଂ ସ୍ୱିଜରଲ୍ୟାଣ୍ଡ ସହ ଇଟାଲୀ ସୀମାରେ ଥିବା ଏହି ହ୍ରଦକୁ ଏବେ ଏକ ଜଳାଶୟର ମରାମତି ପାଇଁ ଅସ୍ଥାୟୀ ରୂପରେ ଶୁଖାଯାଉଛି । ଆଉ ଜଳସ୍ତର ଯେତିକି ତଳକୁ ତଳକୁ ଖସୁଛି, ୧୬୦ଟି ଘର ଥିବା ଏହି ଗାଁ ସାମ୍ନାକୁ ଆସିଛି । ଆଉ ଏଠାରେ ଏକ ଚର୍ଚ୍ଚ ରହିଥିବା ବେଳେ ଅନେକ ବଡ ବଡ ଗୁମ୍ଫା ମଧ୍ୟ ରହିଥିବା ଦେଖିବାକୁ ମିଳିଛି ।

ନୀଳ ହ୍ରଦ ଭିତରେ ଲୁଚି ରହିଥିବା ଏହି ଗାଁ ଦେଖିବାକୁ ବେଶ୍ ରୋଚକ ଏବଂ ଭୟାନକ ମଧ୍ୟ । ଯାହାର ଅନେକ ଚିତ୍ର ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି । ଏପରିକି କୁରୋନ ନାମକ ଏହି ଗାଁ ଉପରେ ଏକ ୱେବ ସିରିଜ୍ ମଧ୍ୟ ନିର୍ମାଣ କରାଯାଇଛି । ଏହା ଛଡା ଏହି ଗାଁକୁ ନେଇ ଏକ ବହି ମଧ୍ୟ ଲେଖାଯାଇଛି । ଯେଉଁଥିରେ ଗାଁର ପୂରା କାହାଣୀ ପ୍ରକାଶ ପାଇଛି ।

Comments are closed.