ଜଙ୍ଗଲ ନିଆଁରେ ଜଳିଗଲା ଗାଁ

86

ବୌଦ୍ଧ : ଜଙ୍ଗଲ ନିଆଁରେ ଜଳିଗଲା ଗାଁ । ଆଖି ପିଛୁଳାକେ ପୋଡି ପାଉଁଶ ହୋଇଗଲା ୧୧୦ ବଖରା ଘର । ଦେଖୁ ଦେଖୁ ବୌଦ୍ଧ ଜିଲ୍ଲା ଶଗଡା ପଂଚାୟତର ଝାଙ୍କରପଡା ଗାଁ ଧ୍ୱଂସ ହୋଇଯାଇଛି । ଏବେ ଖୋଲା ଆକାଶ ତଳେ ୬୦ ଟି ପରିବାରର । ହଠାତ୍ ଗାଁରେ ଜଣଙ୍କ ଘରେ ନିଆଁ ଲାଗିଲା । ତା ପରେ ଘରକୁ ଘର ନିଆଁ ଡେଇଁ ପୁରା ଗାଁଟିକୁ ପୋଡି ଦେଇଛି । ଖବର ପାଇ ଘଟଣାସ୍ଥଳରେ ବଉଦ, ବାଉଁଶୁଣି ଓ ସୋନପୁରର ୭ଟି ଦମକଳ ବାହିନୀ ପହଂଚି ନିଆଁକୁ ଆୟତ କରିଥିଲା । ତେବେ ପାଖ ଜଙ୍ଗଲରୁ ନିଆଁ ଆସି ଗାଁ ଜଳି ଯାଇଥିବା ଅଭିଯୋଗ ହୋଇଛି । ଗଲା ୪ ଦିନ ହେବ ସୁବର୍ଣ୍ଣଗିରି ପାହାଡରେ ନିଆଁ ଲାଗିଥିଲେ ସୁଦ୍ଧା ବନବିଭାଗ ନିଆଁ ଲିଭାଇବାରେ ବିଳଫ ହୋଇଛି । ଫଳରେ ଝାଙ୍କରପଡା ଗାଁଟି ସଂପୂଣ୍ଣ ଜଳିଯାଇଥିବା  ଅଭିଯୋଗ ହୋଇଛି । ତେବେ ଅଗ୍ନି ବିପନ୍ନଙ୍କ ପାଇଁ ରିଲିଫର ବ୍ୟବସ୍ଥା କରିଛି ପ୍ରଶାସନ ।