ସହରକୁ ଆସିବନି କ୍ଷୀର, ପନିପରିବା, ୧ରୁ ୧୦ ଜୁନ ପର୍ଯ୍ୟନ୍ତ ଗାଁ ବନ୍ଦ ଡାକରା ଦେଲେ କୃଷକ! ଜାଣନ୍ତୁ କେଉଁ କେଉଁ ରାଜ୍ୟ ହେବ ପ୍ରଭାବିତ

Advertisment
ସହରକୁ ଆସିବନି କ୍ଷୀର, ପନିପରିବା, ୧ରୁ ୧୦ ଜୁନ ପର୍ଯ୍ୟନ୍ତ ଗାଁ ବନ୍ଦ ଡାକରା ଦେଲେ କୃଷକ! ଜାଣନ୍ତୁ କେଉଁ କେଉଁ ରାଜ୍ୟ ହେବ ପ୍ରଭାବିତ

୧ ଜୁନରୁ ୧୦ ଜୁନ ପର୍ଯ୍ୟନ୍ତ ଗାଁକୁ ସିଲ କରିବେ କୃଷକ । ଏପରିକି ଏହି ସମୟ ମଧ୍ୟରେ ଗାଁରୁ କୌଣସି କୃଷିଜାତ ଦ୍ରବ୍ୟ ଯେପରିକି ପନିପରିବା, ଫଳ,କ୍ଷୀର ସହରକୁ ନ ପଠାଇବାକୁ ଘୋଷଣା କରିଛନ୍ତି କୃଷକ ସଂଗଠନ । ଏନେଇ ଚଣ୍ଡିଗଡରେ ପଞ୍ଜାବ, ହରିୟାଣା, ହିମାଚଳପ୍ରଦେଶ ଓ ଉତ୍ତରପ୍ରଦେଶର କୃଷକ ନେତା ମାନେ ଏକାଠି ହୋଇଥିଲେ । ଯେଉଁଥିରେ ଜୁନ ୧ରୁ ଜୁନ ୧୦ ପର୍ଯ୍ୟନ୍ତ ଗାଁରୁ କୌଣସି ସାମଗ୍ରୀ ସହରକୁ ନ ପଠାଇବା ପାଇଁ ନିଷ୍ପତି ନିଆଯାଇଛି । ଏପରିକି ଏହି ସମୟରେ ଗାଁ ଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ସିଲ କରିଦିଆଯିବ । ଏହାସହ ଚାଷୀ ଓ ତାଙ୍କ ପରିବାରର ମାନଙ୍କୁ ମଧ୍ୟ ଏହି ସମୟରେ ସହରକୁ ନ ଆସିବା ପାଇଁ ଅନୁରୋଧ କରାଯାଇଛି । ଏହାକୁ ସରକାରଙ୍କ ବିରୋଧରେ ଏକ ଆନ୍ଦୋଳନର ରୂପ ଦେବାକୁ ଚେଷ୍ଟା କରୁଛନ୍ତି କୃଷକ ସଂଗଠନ ।


କୃଷକ ସଙ୍ଗଠନ ଗୁଡ଼ିକର କହିବା ଅନୁଯାୟୀ,ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ସରକାର ସ୍ୱାମୀନାଥନ ରିପୋର୍ଟ ଲାଗୁ କରୁନାହାନ୍ତି । ଏନେଇ କୃଷକ ମାନେ ବାରମ୍ବାର ଦାବି କରି ଆସୁଛନ୍ତି । କିନ୍ତୁ ସରକାର କୃଷକଙ୍କ କଥାକୁ କର୍ଣ୍ଣପାତ କରୁନାହାନ୍ତି । ଏପରିକି କୃଷକଙ୍କ ଆୟକୁ ଦୁଇଗଣ କରିବାକୁ ମୋଦି ସରକାର ଯେଉଁ ପ୍ରତିିଶୃତି ତାହା ପାଳନ କରିବାରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି । ମୋଦି ସରକାର କୃଷକଙ୍କ ପାଇଁ କିଛି କରିନାହାନ୍ତି ତେଣୁ ଏହି ଆନ୍ଦୋଳନର ଡାକରା ଦେଉଛନ୍ତି ବିଭିନ୍ନ କୃଷକ ସଂଗଠନ ।

publive-imageଏହି ଆନ୍ଦୋଳନକୁ ସଫଳ କରିବା ପାଇଁ କୃଷକ ସଂଗଠନ ଗୁଡ଼ିକ ସୋସିଆଲ ମିଡ଼ିଆର ସହାୟତା ନେଇଛନ୍ତି । ସୋସିଆଲ ମିଡ଼ିଆରେ ୰ଠସକ୍ଷକ୍ଷବଶରଝଷଙ୍କଗ୍ଧଊକ୍ଟଙ୍ଗଦ୍ଭ ନାମରେ ଏକ ଟ୍ରେଣ୍ଡ ଆରମ୍ଭ କରିଛନ୍ତି କୃଷକ ସଙ୍ଗଠନ । କୃଷକ ମାନେ ମଧ୍ୟ ଏହାକୁ ବିପୁଳ ମାତ୍ରାରେ ସମର୍ଥନ କରିବେ ବୋଲି କୃଷକ ସଂଗଠନ ଗୁଡ଼ିକ ଆଶା ବାନ୍ଧି ବସିଛନ୍ତି । ଯଦି ଏଭଳି ଆନ୍ଦୋଳନ ହୁଏ ତେବେ ସହରରେ ଖାଦ୍ୟ ସଙ୍କଟ ଦେଖାଦେବା ସୁନିଶ୍ଚିତ । ଏଭଳି କରି ସରକାରଙ୍କ ଉପରେ ଚାପ ପକାଇବାକୁ କୃଷକ ସଂଗଠନ ଗୁଡ଼ିକ ଉଦ୍ୟମ କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe