କନକ ବ୍ୟୁରୋ : ବାହାଘର ଫଟୋ ପରେ ଏବେ ସାମ୍ନାକୁ ଆସିଛି କ୍ୟାଟ୍ରିନା କୈଫ ଓ ଭିକ୍କି କୌଶଲଙ୍କ ହଳଦୀ ସେରିମନିର ଫଟୋ । ଉଭୟ ବିକ୍କି ଓ କ୍ୟାଟ୍ରିନା ଏହି ଫଟୋକୁ ନିଜ ଇନଷ୍ଟାଗାମ୍ ଆକାଉଂଟରେ ଶେୟାର କରିଛନ୍ତି ।
ଚଳିତବର୍ଷର ଚର୍ଚ୍ଚିତ ସେଲିବ୍ରେଟୀ ବିବାହ ହେଉଛି ଭକ୍କି କ୍ୟାଟ୍ରିନାଙ୍କ ବିବାହ । ୯ତାରିଖରେ ରାଜସ୍ଥାନର ସୱାଇ ମାଧୋପୁରରେ ଥିବା ସିକ୍ସ-ସେନସେସ୍ ଫୋର୍ଟରେ ଉଭୟଙ୍କ ବିବାହ ହୋଇଛି । ଏହି ହାଇପ୍ରୋଫାଇଲ ବିବାହ ପାଇଁ ସ୍ଥାନୀୟ ଅଞ୍ଚଳରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।
ବିବାହ ପୂର୍ବରୁ କୌଣସି ଫଟୋ କିମ୍ବା ଭିଡିଓକୁ ସୋସିଆଲ ମିଡିଆରେ ଛଡାଯାଇନଥିଲା ।
ବିବାହର ଦୃଶ୍ୟ ଦେଖାଇବାର ଅଧିକାର ପାଇବାକୁ ଭିକି ଓ କାଟ୍ରିନାଙ୍କୁ ଓଟିଟି ଫ୍ଲାଟଫର୍ମ ପକ୍ଷରୁ ଶହେ କୋଟିର ଅଫର ଦିଆଯାଇଥିବାର ଖବର ମଧ୍ୟ ଚର୍ଚ୍ଚା ହେଉଛି ।
ଅନେକ ଚର୍ଚ୍ଚା ଭିତରେ ଭିକ୍କି-କ୍ୟାଟ୍ ବିବାହ ବନ୍ଧନରେ ବାନ୍ଧି ହୋଇ ଆଗକୁ ଏକ ନୂଆ ଜୀବନ ଗଢିବା ପାଇଁ ଆଗେଇଛନ୍ତି ।