ଚନ୍ଦ୍ର ଦକ୍ଷିଣମେରୁରେ ନିଶ୍ଚିତ ପହଞ୍ଚିବ ଲ୍ୟାଣ୍ଡର ବିକ୍ରମ । ଦ୍ୱିତୀୟ ମିଶନ ପାଇଁ ବ୍ଲୁ-ପ୍ରିଣ୍ଟ ଆରମ୍ଭ, ସୂଚନା ଦେଲେ ଇସ୍ରୋ ମୁଖ୍ୟ ।

413

କନକ ବ୍ୟୁରୋ : ଚନ୍ଦ୍ରଯାନ-୨ର ବିକ୍ରମ ଲ୍ୟାଣ୍ଡରକୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ପ୍ରଥମ ଚେଷ୍ଟାରେ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠର ଦକ୍ଷିଣମେରୁରେ ଅବତରଣ କରିବାରେ ବିଫଳ ହୋଇଥିଲା । କିନ୍ତୁ ଏବେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ଦ୍ୱିତୀୟ ଥର ପାଇଁ ବିକ୍ରମ ଲ୍ୟାଣ୍ଡରକୁ ଚନ୍ଦ୍ରପୃଷ୍ଠର ଦକ୍ଷିଣମେରୁରେ ଅବତରଣ କରାଇବା ପାଇଁ ଚେଷ୍ଟା କରୁଥିବା ଜଣା ପଡ଼ିଛି । ଏ ନେଇ ଶନିବାର ସୂଚନା ଦେଇଛନ୍ତି ଇସ୍ରୋର ମୁଖ୍ୟ କେ. ଶିବନ୍ ।

ଶନିବାର ଆଇଆଇଟି ଦିଲ୍ଲୀର ସମାବର୍ତ୍ତନ ଉତ୍ସବରେ ଇସ୍ରୋର ମୁଖ୍ୟ କେ. ଶିବନଙ୍କୁ ଏ ନେଇ ପ୍ରଶ୍ନ କରାଯାଇଥିଲା । ଇସ୍ରୋ ଚନ୍ଦ୍ରପୃଷ୍ଠର ଦକ୍ଷିଣମେରୁରେ ଆଉ ଏକ ଅବତରଣ ପାଇଁ ଚେଷ୍ଟା କରିବ କି ବୋଲି ପ୍ରଶ୍ନ କରିବା ପରେ ନିଶ୍ଚିତ ବୋଲି କହିଥିଲେ ଶିବନ୍ । ପ୍ରଥମ ବିଫଳତା ପରେ ଏବେ ଆମେ ବିକ୍ରମ ଲ୍ୟାଣ୍ଡରର ଯନ୍ତ୍ରପାତି ଉପରେ ଅଧିକ କାମ କରିବା ଆରମ୍ଭ କରିଛୁ । ଦ୍ୱିତୀୟ ଥର ବିକ୍ରମ ଲ୍ୟାଣ୍ଡରକୁ ଅବତରଣ କରାଇବା ପାଇଁ ଆମେ ସମସ୍ତ ଯୋଜନା ଆରମ୍ଭ କରି ସାରିଛୁ ବୋଲି ଆଇଆଇଟି ଦିଲ୍ଲୀର ୫୦ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ କହିଛନ୍ତି ଇସ୍ରୋର ମୁଖ୍ୟ।

Comments are closed.