କୋଟି କୋଟି ଟଙ୍କାର ଡିଲ କଲେ କ୍ୟାଟ୍ରିନା ଓ ଭିକ୍କି । କାହା ସହ କଲେ ଡିଲ?

456

କନକ ବ୍ୟୁରୋ: ଏବେ ବଲିଉଡରେ ଭିକ୍କି-କ୍ୟାଟଙ୍କ ବିବାହକୁ ନେଇ ହଲଚଲ ଲାଗିରହିଛି । ଦୁହିଁଙ୍କ ବିବାହ ପ୍ରସ୍ତୁତିର ପ୍ରତିଟି ପଦକ୍ଷେପ ଉପରେ ବି- ଟାଉନର ନଜର । ତେବେ ଯେଉଁ ଦାମୀ ହୋଟେଲରେ ଦୁହିଁଙ୍କ ବିବାହ ହେବ ଏବଂ ଯେଉଁଠି ଭିକ୍କି- କ୍ୟାଟଙ୍କର ୩ ଦିନିଆ ରହଣୀ ହେବ ସେଠାରେ ଏବେଠାରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସେଠାକୁ ଯିବା ଆସିବା ଉପରେ କଟକଣା ଲାଗିଛି । ତାଙ୍କ ବିବାହକୁ କେହି ଫୋନ ନେଇପାରିବେ ନାହିଁ କିମ୍ବା ବିବାହର ଭିଡିଓ ସୁଟିଂ ପାଇଁ କୌଣସି ଗଣମାଧ୍ୟମକୁ ଅନୁମତି ମିଳିପାରିନାହିଁ । ହେଲେ ଏହାରି ଭିତରେ ଏକ ଭଲ ଖବର ଆସିଛି ।

ରିପୋର୍ଟ ଅନୁଯାୟୀ, ଉଭୟ ଏକ ଆନ୍ତର୍ଜାତୀୟ ପତ୍ରିକାକୁ ବିବାହ ଫଟୋ ଉଠାଇବାକୁ ଅନୁମତି ଦେଇଛନ୍ତି ଭିକ୍କି- କ୍ୟାଟ୍ । ଏଥିପାଇଁ ପ୍ରତ୍ରିକା ଅଧିକାରୀଙ୍କ ସହ କରିଛନ୍ତି ବହୁ କୋଟିର ଡିଲ । ଏହା ପୂର୍ବରୁ ନିକ୍ ଓ ପ୍ରିୟଙ୍କା ଚୋପ୍ରା ମଧ୍ୟ ଏପରି ନିଷ୍ପତ୍ତି ନେଇଥିଲେ , ଯାହାକୁ ଅନୁସରଣ କରୁଛନ୍ତି ଭିକ୍କି-କ୍ୟାଟ୍ ।