ମିଡ଼ିଆକୁ ଦେଖି ମୋଷ୍ଟୱାଣ୍ଟେଡର ଭାଉ : ୮ ପୋଲିସକର୍ମୀଙ୍କୁ ହତ୍ୟା କରି ବି ବୀର ଭଳି ପରିଚୟ ଦେଲା ଗ୍ୟାଙ୍ଗଷ୍ଟାର୍ , “ମୁଁ ବିକାଶ ଦୁବେ , କାନପୁରୱାଲା ।” କ’ଣ ରହିଥିଲା ସରେଣ୍ଡରର କାହାଣୀ , କେମିତି କଡ଼ା ସୁରକ୍ଷା ପରେ ବି ଲମ୍ବାଯାତ୍ରା କରିଥିଲା ମୋଷ୍ଟୱାଣ୍ଟେଡ୍

4,038

କାନପୁର ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେକୁ ଗିରଫ କଲା ମଧ୍ୟପ୍ରଦେଶ ପୋଲିସ୍ । ଗତ ସପ୍ତାହରେ ଉତ୍ତରପ୍ରଦେଶର କାନପୁରରେ ୮ ଜଣ କାର୍ଯ୍ୟରତ ପୋଲିସ୍ କର୍ମଚାରୀଙ୍କୁ ଅତି ନୃସଂସ ଭାବେ ଘେରାଉ କରି ମାରିଥିବା କୁଖ୍ୟାତ ଅପରାଧି ବିକାଶ ଦୁବେ ଏବେ ପୋଲିସ୍ କବଜାରେ । ମଧ୍ୟପ୍ରଦେଶର ପ୍ରସିଦ୍ଧ ମହାକାଳ ମନ୍ଦିରର ଦର୍ଶନ କରିବାକୁ ଯାଇଥିଲା ଗ୍ୟାଙ୍ଗଷ୍ଟାର୍୍ । ବିକାଶକୁ ଚିହ୍ନି ପୋଲିସକୁ ଖବର ଦେଇଥିଲା ମନ୍ଦିରର ଗାର୍ଡ଼ । ଏହାପରେ ମୋଷ୍ଟୱାଣ୍ଟେଡକୁ ଗିରଫ କରିଥିଲା ପୋଲିସ୍ । କାନପୁରର ଚୌବେପୁରରେ ୮ ଜଣ ପୋଲିସକୁ ମାରି ଫେରାର୍ ହୋଇଯାଇଥିଲା ଗ୍ୟାଙ୍ଗଷ୍ଟାର୍ । ସୂତ୍ରରୁ ଖବର ଆସୁଛି ଯେ , ସେ ସ୍ୱୟଂ ହିଁ ସ୍ଥାନୀୟ ମିଡିଆ ଏବଂ ପୋଲିସ୍ ଆଗରେ ଆତ୍ମସମର୍ପଣ କରିଛି । ହେଲେ ଏତେ ବଡ଼ କାଣ୍ଡ କଲା ପରେ ବି ତିଳେ ହେଲେ କମିନି ଗ୍ୟାଙ୍ଗଷ୍ଟାରର୍ ଭାଉ । ସ୍ଥାନୀୟ ଗଣମାଧ୍ୟମକୁ ଦେଖି ‘ମୁଁ ବିକାଶ ଦୁବେ … କାନପୁରବାଲା’ କହି ଚିହ୍ଲାଇଲା ଅପରାଧି ।

ଆଜି ସକାଳୁ ହିଁ ଉଜ୍ଜେନର ମହାକାଳେଶ୍ୱର ମନ୍ଦିର ପୂଜା ପାଇଁ ପହଁଚିଥିଲା ଦୁବେ । ସକାଳ ୯ ଟା ୫୫ ରେ ମନ୍ଦିର ସାମ୍ନାରେ ଠିଆ ହୋଇ ଅପରାଧି ଜୋର୍ ଜୋରରେ ନିଜ ନାଁ ଧରି ଚିହ୍ଲେଇବାକୁ ଲାଗିଥିଲା । ଅପରାଧିର ଏଭଳି କାରନାମା ଦେଖି ମନ୍ଦିରର ଗାର୍ଡ଼ ଏବଂ ସ୍ଥାନୀୟ ଲୋକେ ପୋଲିସ୍ ଏବଂ ମିଡ଼ିଆକୁ ସୂଚିତ କଲେ । ଏହାପରେ ମଧ୍ୟପ୍ରଦେଶ ପୋଲିସ୍ ଘଟଣାସ୍ଥଳରେ ପହଁଚି ଗ୍ୟାଙ୍ଗଷ୍ଟାରକୁ ଗିରଫ କଲା । ହେଲେ ଏତେବଡ଼ କାଣ୍ଡ ଭିଆଇଲା ପରେ ମଧ୍ୟ ପଶ୍ଚାତାପ ବଦଳରେ ଭାଉ ଦେଖାଇ ଗଣମାଧ୍ୟମ ସହ କଥାବାର୍ତ୍ତା କରି ଦୁବେ କହୁଥିଲା , “ ମୁଁ ବିକାଶ ଦୁବେ … କାନପୁରବାଲା ।”

ଆପଣଙ୍କୁ କହିରଖୁଛୁ ୮ ଜଣ ପୋଲିସ୍ କର୍ମଚାରୀଙ୍କୁ ନିର୍ମମ ଭାବେ ହତ୍ୟା କରି ହରିୟାଣାର ଫରିଦାବାଦରେ ପ୍ରଥମେ ଲୁଚିଥିଲା ହତ୍ୟାକାରୀ । ଫରିଦାବାଦର ଏକ ହୋଟେଲର ସିସିଟିଭି କ୍ୟାମେରାରୁ ଦୁବେକୁ ଦେଖାଯାଇଥିଲା । କିନ୍ତୁ ସୂଚନା ପାଇବା ପରେ ସେ ସେଠାରୁ ଫେରାର୍ ହୋଇଥିଲା । ପରେ ନୋଏଡ଼ା , ରାଜସ୍ଥାନ , ଏନସିଆରରେ ଅପରାଧି ଲୁଚିଥିବାର ଖବର ଆସିଥିଲା । ଆଉ ଏବେ ୭ ଦିନ ପରେ ମଧ୍ୟପ୍ରଦେଶ ଉଜ୍ଜେନରେ ଗ୍ୟାଙ୍ଗଷ୍ଟାର୍ ଧରା ପଡିଲା । ସୂତ୍ର ଅନୁସାରେ , ଫରିଦାବାଦରୁ ମଧ୍ୟପ୍ରଦେଶ ଦୁବେ ଗୋଟିଏ ଗାଡ଼ିରେ ପହଁଚିଲା । ଏଭଳି ସ୍ଥିତିରେ ବଡ଼ ପ୍ରଶ୍ନ ଉଠୁଛି ଯେ ଏତେ କଡ଼ା ସୁରକ୍ଷାବ୍ୟବସ୍ଥାରେ ବି ଜଣେ ମୋଷ୍ଟୱାଣ୍ଟେଡ୍ କିଭଳି ଏତେ ଲମ୍ବା ଯାତ୍ରା କରିପାରିଲା ।