କନକ ବ୍ୟୁରୋ: ଗ୍ୟାଙ୍ଗଷ୍ଟରର ମାଓବାଦୀ ଷ୍ଟାଇଲ । ଉତର ପ୍ରଦେଶର ଦୁର୍ଦ୍ଦାନ୍ତ ଅପରାଧୀ ବିକାଶ ଦୁବେ ଓ ତାର ଲୋକ, ୮ଜଣ ପୋଲିସ କର୍ମଚାରୀଙ୍କୁ କିଭଳି ହତ୍ୟା କରିଥିଲେ ସେନେଇ ଅଧିକ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ବିଶେଷ କରି ସିହଦ ପୋଲିସ କର୍ମଚାରୀଙ୍କ ବ୍ୟବଚ୍ଛେଦ ରିପୋର୍ଟରୁ ହତ୍ୟାକାଣ୍ଡର ବର୍ବରତା ସଂପର୍କରେ ଜଣାପଡିଛି । ଘଟଣାଦିନ ମାଓବାଦୀଙ୍କ ଭଳି ଗରିଲା ଶୈଳୀରେ ଆକ୍ରମଣ କରିଥିଲେ ଗ୍ୟାଙ୍ଗଷ୍ଟରର ଲୋକ । ଅମ୍ବୁସ କରି ପୋଲିସ କର୍ମଚାରୀଙ୍କୁ ହତ୍ୟା କରିଥିଲେ ।
- ଡିଏସପି ର୍ୟାଙ୍କର ସର୍କଲ ଅଫିସର ଦେବେନ୍ଦ୍ର ମିଶ୍ରଙ୍କ ମୁଣ୍ଡକୁ କାଟି ପକାଇଥିଲେ
- ପାଦର ଆଙ୍ଗୁଠିକୁ କୁରାଢୀରେ କାଟିବା ସହ ଶରୀରକୁ ଖଣ୍ଡଖଣ୍ଡ କରିପକାଇଥିଲେ
- ଜଣେ ସବଇନସ୍ପେକ୍ଟରଙ୍କୁ ପଏଂଟ ବ୍ଲାଙ୍କରୁ ଗୁଳି କରିଥିଲେ ଗ୍ୟାଙ୍ଗଷ୍ଟରର ଲୋକ
- ପୋଲିସଠାରୁ ଏକେ-୪୭ ଛଡାଇ ନେଇ ସେହିଥିରେ କନେଷ୍ଟବଳଙ୍କୁ ଗୁଳି କରିଥିଲେ
- ସବଇନସ୍ପେକ୍ଟର ଅନୁପ ସିଂହଙ୍କ ଶରୀରରେ ୭ଟି ଗୁଳି ବାଜିିଥିବା ଜଣାପଡିଛି
- ଶିବରାଜପୁର ଷ୍ଟେସନ ଅଫିସର ମହେଶ ଯାଦବଙ୍କ ମୁହଁ, ଛାତି ଓ କାନ୍ଧରେ ଗୁଳି ବାଜିଛି
- କନେଷ୍ଟବଳ ଜିତେନ୍ଦ୍ର, ରାହୁଲ, ବବଲୁ ଓ ସୁଲତାନଙ୍କ ଦେହରେ ୩୧୫ ବୋର ରାଇଫଲରୁ ଗୁଳି ବାଜିଛି
- ଘଟଣାଦିନ ପ୍ରାୟ ୬୦ ଜଣ ଚାରିପଟୁ ଘେରି ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ
- ଲାଲଗଡରେ ମାଓବାଦୀ କରୁଥିବା ନରସଂହାର ଭଳି ଥିଲା ଗ୍ୟାଙ୍ଗଷ୍ଟରର ହତ୍ୟାକାଣ୍ଡ
- ଫରେନସିକ ଟିମ୍ ଓ ଏସଟିଏଫର ତଦନ୍ତ ସହ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଛି